ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ଼ ,(ଓଡିଶା ଟାଇମ୍): ପଞ୍ଜାବ ରାଜନୀତିରେ ଟ୍ବିଷ୍ଟ । ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ । ମାତ୍ର ୨ ମାସ ପୂର୍ବରୁ ହିଁ ପଞ୍ଜାବ କଂଗ୍ରେସର ସଭାପତି ହୋଇଥିଲେ ସିଦ୍ଧୁ । ଜୁଲାଇ ୧୮ ତାରିଖରେ ପିସିସି ସଭାପତି ହୋଇଥିବା ସିଦ୍ଧୁ ବର୍ତ୍ତମାନ ହଠାତ ଇସ୍ତଫା ଦେବା ଘଟଣା ସହଜରେ ହଜମ ହେଉନାହିଁ । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆସନ ଛାଡିଥିଲେ କ୍ୟାପଟେନ୍‌ ଅମରିନ୍ଦର ସିଂହ । ସିଦ୍ଧୁଙ୍କୁ କ୍ୟାପଟେନ୍‌ଙ୍କ ଘୋର ବିରୋଧୀ ଭାବେ ଧରାଯାଏ । ତେବେ ସିଦ୍ଧୁ ଇସ୍ତଫା ଦେବା ପରେ କିଏ ଧରିବେ ପଞ୍ଜାବ ମଙ୍ଗ ?

ସେପଟେ ଆଜି ସନ୍ଧ୍ୟାରେ ଅମିତ ଶାହା ଏବଂ ଜେପି ନଡ୍ଡାଙ୍କୁ ଭେଟିବେ କ୍ୟାପଟେନ୍‌ ଅମରିନ୍ଦର ସିଂହ । ତେବେ କ୍ୟାପଟେନ୍‌ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କୁ ସଭାପତି କରି ମାଷ୍ଟର ​‌େ​‌ଷ୍ଟ୍ରାକ୍‌ ଖେଳିପାରେ କଂଗ୍ରେସ ।

ତେବେ ସେ କହିଛନ୍ତି ଯେ ସେ କଂଗ୍ରେସ ହିଁ ରହିବେ। ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ସେ କଂଗ୍ରେସ ଦଳର ସଦସ୍ୟ ରହିବେ। ପଞ୍ଜାବରେ ମଙ୍ଗଳବାର ଦିନ ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି। ଏହାର କିଛି ଘଣ୍ଟା ମଧ୍ୟରେ ସିଦ୍ଧୁ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପଠାଇଥିଲେ। ଏହା ପଛରେ କିଛି ମହତ୍ତ୍ୱପୂର୍ଣ୍ଣ କାରଣ ରହିଛି।

ବାସ୍ତବରେ, ଯେତେବେଳେ ପଞ୍ଜାବରେ ମନ୍ତ୍ରୀମାନଙ୍କ ନାଁ ଧାର୍ଯ୍ୟ ହୋଇଥିଲା ସେତେବେଳେ ରାହୁଲ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ କଥା ହୋଇ ନିଷ୍ପତ୍ତି ନେଇଥିଲେ। ଏଥିରେ କେଉଁଠି ବି ସିଦ୍ଧୁଙ୍କ ନାଁ ସାମିଲ ହୋଇନଥିଲା। ପ୍ରଥମ ଦିନ ବୈଠକରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ନିଶ୍ଚୟ କିନ୍ତୁ ଯେତେବେଳେ ରାହୁଲ ଗାନ୍ଧୀ ଶିମଲାରୁ ଫେରି ବୈଠକ କରିଥିଲେ ସେଥିରେ ସିଦ୍ଧୁଙ୍କୁ ସାମିଲ କରାଯାଇନଥିଲା।

Leave a Reply

Your email address will not be published. Required fields are marked *