LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :LIC  ଏମ୍‌ଡି ହେଲେ ସିଦ୍ଧାର୍ଥ ମହାନ୍ତି। ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ  LIC ଏମ୍‌ଡି ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର। ତେବେ ଫେବୃଆରୀ ୧ରୁ ସିଦ୍ଧାର୍ଥ ମହାନ୍ତି କାର୍ଯ୍ୟଭାର ସମ୍ଭାଳିବେ । ଟି.ସି. ସୁଶିଲ କୁମାରଙ୍କ ସ୍ଥାନ ନେବାକୁ ଯାଉଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି।

ଏବେ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ତଥା ସିଇଓ ଭାବେ କାର୍ଯ୍ୟରତ ସିଦ୍ଧାର୍ଥ ମହାନ୍ତି ଏବେ ଭାରତର ସର୍ବବୃହତ୍ତ ବୀମା କମ୍ପାନୀ ଏଲଆଇସିର ପରିଚାଳନା ନିର୍ଦେଶକ (ଏମଡି) ହୋଇଛନ୍ତି। ୩୦ ଜୁନ ୨୦୨୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ସିଦ୍ଧାର୍ଥ ମହାନ୍ତି, ଟିସି ସୁଶିଲଙ୍କ ସ୍ଥାନ ନୋବକୁ ଯାଉଥିବା ବେଳେ ସେ ୩୧ ଜାନୁଆରୀ ୨୦୨୧ରେ ଅବସର ନେବେ। ଆର୍ଥିକ ବ୍ୟାପାର ବିଭାଗର ସୁପାରିଶ କ୍ରମେ କ୍ୟାବିନେଟ ନିଯୁକ୍ତି କମିଟି ସିଦ୍ଧାର୍ଥ ମହାନ୍ତିଙ୍କୁ ଏହି ଗୁରୁଦାୟିତ୍ବ ଦେଇଛନ୍ତି।

ଏଲଆଇସିରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ପରିଚାଳନା ନିର୍ଦେଶକ ଅଛନ୍ତି। ଏମଆର କୁମାର ଏଲଆଇସି ଚେୟାରମ୍ୟାନ ଥିବା ବେଳେ ଟିସି ସୁଶିଲ କୁମାର, ବିପୀନ ଆନନ୍ଦ, ମୁକେଶ କୁମାର ଗୁପ୍ତା ଓ ରାଜ କୁମାର ଏମଡି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ତେବେ ସିଦ୍ଧାର୍ଥ କୁମାର ଏଲଆଇସି ହାଉସିଂ ଫାଇନାନ୍ସର ସିଇଓ ହେବା ପୂର୍ବରୁ ଚିଫ ଅପରେଟିଂ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

Leave a Reply

Your email address will not be published. Required fields are marked *