ମାମଲା ରଫାଦଫା ପାଇଁ ନେଉଥିଲେ ଲାଞ୍ଚ, ଏସ୍‌ଆଇ ବାବୁଙ୍କୁ ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜଏନ୍‌ କରୁ କରୁ ଆରମ୍ଭ ହୋଇଗଲା ଲାଞ୍ଚ ନେଲେ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ। କିଛି ଦିନ ତଳେ ଥିବା ଚାକିରିରେ ଜଏନ୍ କରିଥିବା ପୁଲିସ ଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାରେ।

ଏହି ପୁଲିସ କର୍ମଚାରୀଙ୍କ ନାଁ ହେଉଛି ସିଦ୍ଧାର୍ଥ କୁମାର ଗୌଡ଼ । ସେ ଗଞ୍ଜାମ ଜିଲାର ଜଗନ୍ନାଥ ପ୍ରସାଦ ଥାନାରେ ପୁଲିସ ସବ୍ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିଲେ ।

ଜଗନ୍ନାଥପାଟଣା ଗାଁରେ ଘରଭଡ଼ାକୁ ନେଇ କିଛିଦିନ ତଳେ ଗଣ୍ଡଗୋଳ ଘଟିଥିଲା । ଏହି ମାମଲା ଥାନାକୁ ଆସିଥିଲା ଉକ୍ତ ମାମଲାକୁ ରଫାଦଫା କରିବା ପାଇଁ ପ୍ରୋବେସନ୍‌ରେ ଥିବା ଏସ୍‌.ଆଇ. ସିଦ୍ଧାର୍ଥ କୁମାର ଗୌଡ଼ ୩୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା। ଯୋଜନା ମୁତାବକ ପି.ରାଜା ସେନାପତି ଆଜି ଲାଞ୍ଚ ବାବଦକୁ ୩୦୦୦ ଟଙ୍କା ଏସ୍‌ଆଇଙ୍କୁ ଦେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ ।

Leave a Reply

Your email address will not be published. Required fields are marked *