ଦଙ୍ଗାକାରୀକୁ ମାରିଦିଅ! ସେମିତିରେ ମଲେଣି ୧୩
ନୂଆଦିଲ୍ଲୀ (ଓଟି): ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦିଲ୍ଲୀରେ ସୃଷ୍ଟି ହୋଇଛି ଭୟଙ୍କର ହିଂସାକାଣ୍ଡ। ୧୪୪ ଧାରା ଓ କର୍ଫ୍ୟୁ ପରେ ମଧ୍ୟ ସ୍ଥିତି ସୁଧୁରୁନି। ଫଳରେ ବାଧ୍ୟହୋଇ ଦିଲ୍ଲୀ ପୁଲିସ୍ ପକ୍ଷରୁ ଶୁଟ ଆଟ୍ ସାଇଟ୍ ବା ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ଜଣେ ପୁଲିସ୍ କନଷ୍ଟେବଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ପାଖାପାଖି ୨୦୦ ଜଣ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୬ ଜଣ ପୁଲିସ୍ କର୍ମଚାରୀ ରହିଛନ୍ତି। ବିଶେଷକରି ଜାଫରବାଦ, ମୌଜପୁର, ଚାନ୍ଦ ବାଗ ଓ କରୱାଲ ଅଞ୍ଚଳରେ ହିଂସାକାଣ୍ଡ ଓ ପୋଡ଼ାଜଳା ହେଉଥିବାବେଳେ ୧୪୪ ଜାରି ହୋଇଛି।
ଦିଲ୍ଲୀ ଦୁଲୁଦୁଲୁ
ସୂଚନା ଅନୁସାରେ ଗାଜିଆବାଦ ସହ ଉତ୍ତରପୂର୍ବ ଦିଲ୍ଲୀକୁ ଲାଗିଥିବା ସୀମାକୁ ସିଲ କରିଦିଆ ଯାଇଛି। ଗାଜିଆବାଦରେ ଥିବା ସମସ୍ତ ବାର୍ ଓ ରେଷ୍ଟୁରାଣ୍ଟ ତଥା ପବ୍ସ ଆଦିକୁ ସିଲ୍ କରାଯାଇଛି। ଅନୁରୂପ ଭାବେ ସିବିଏସଇ ପକ୍ଷରୁ ଉତ୍ତରପୂର୍ବ ଦିଲ୍ଲୀରେ ଥିବା ସ୍କୁଲଗୁଡ଼ିକରେ ପରୀକ୍ଷାକୁ ବାତିଲ କରାଯାଇଛି। ସବୁ ପରେ ବି ସିଆରପିଏଫ ଯବାନଙ୍କୁ ଏସିଡ ମାଡ଼ ହୋଇଥିବା ସୂଚନା ରହିଛି।