ବାରାଣସୀରେ ମୋଦୀ-ଶତ୍ରୁଘ୍ନ ଲଢ଼େଇ!

ଭାରତୀୟ ଜନତା ପାର୍ଟିର ବରିଷ୍ଠ ସାଂସଦ ଶତ୍ରୁଘ୍ନ ସିହ୍ନା ଏଥର ବିଜେପି ପରିବର୍ତ୍ତେ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିକଟରେ ଶତ୍ରୁଘ୍ନ୍ନ ସିହ୍ନା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଅଖିଳେଶ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ବାରାଣସୀରୁ ଲୋକସଭା ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଛନ୍ତି। କାରଣ ତାଙ୍କୁ ମନ୍ତ୍ରୀପଦ ମିଳି ନଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ୱାର ସମାଲୋଚନା କରିଆସୁଛନ୍ତି। ତେଣୁ ତାଙ୍କୁ ଆଗାମୀ ନିର୍ବାଚନରେ ବିଜେପି ଟିକଟ ମିଳିବ ନାହିଁ ବୋଲି ସେ ଜାଣିସାରଲେଣି।

ଯଦି ଶତ୍ରୁଘ୍ନ ଅଖିଳେଶ ଯାଦବଙ୍କ ପ୍ରସ୍ତାବରେ ରାଜି ନ ହୁଅନ୍ତି, ତେବେ ତାଙ୍କୁ ଉତ୍ତର ପ୍ରଦେଶର ଅନ୍ୟ କୌଣସି ବଡ ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ଅଖିଳେଶ। ଶତ୍ରୁଘ୍ନ ସିହ୍ନାଙ୍କୁ ଲକ୍ଷ୍ନୌରୁ ଗୃହମନ୍ତ୍ରୀ ରାଜନାଥ ସିଂହ, କାନପୁରରୁ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ ବା ଗାଜିଆବାଦରୁ ବିଦେଶ ରାଜ୍ୟ ମନ୍ତ୍ରୀ ଜେନେରାଲ୍‌ଭି କେ ସିଂଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିବା କୁହାଯାଉଛି। ତେବେ ଏ ସଂପର୍କରେ ଶତ୍ରୁଘ୍ନ ସିହ୍ନା ଖୋଲାଖୋଲି ଭାବେ ନିଜର ମତ ସ୍ପଷ୍ଟ କରି ନାହାଁନ୍ତି।

Leave a Reply

Your email address will not be published. Required fields are marked *