କନ୍ଧମାଳ ଜ଼ିଲ୍ଲାରେ ସେରୋଲୋଜିକାଲ ସର୍ଭେ ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠାରୁ କନ୍ଧମାଳ ଜ଼ିଲ୍ଲା ରାଇକିଆରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି l ଡାକ୍ତର ଜୟ ସିଂ ଖେତରୀ ଓ ଡାକ୍ତର ଅସିତ ମାନସିଂହଙ୍କ ନେତୃତ୍ୱରେ ଆରଏମଆରସିର ୧୨ଜଣିଆ ଟିମଙ୍କ ଦ୍ୱାରା ଏହି ସେରୋ ସର୍ଭେ ଚାଲିଛି l ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଗୁରୁବାର ତୁମୁଡିବନ୍ଧ ଓ ରାଇକିଆର ବିଭିନ୍ନ ବର୍ଗର ୪୦ଜଣ ଲେଖାଁଏ ଲୋକର ସେରମ ସଂଗ୍ରହ କରାଯିବ l ଆସନ୍ତା ୧୨ ତାରିଖ ଯାଏ ଏହି ଟିମ ୧୪ଟି ସ୍ଥାନରେ  ୪୦ଜଣ ଲେଖାଏଁ ଲୋକଙ୍କର ନମୁନା ସଂଗ୍ରହ ସହ  ଶହେ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ସାମ୍ପୁଲ ସଂଗ୍ରହ କରିବେ l ସେହିପରି ଏବେ ଯାଏଁ  ୩ ଲକ୍ଷ ୫୩ ହଜାର ୧୮୯ ଜଣ କରୋନା ଟୀକା ନେଇଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *