ଆଜିଠୁ ରାଜଧାନୀରେ ସେରୋ ସର୍ଭେ

ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ୱରରେ ହେବ ସେରୋ ସର୍ଭେ । ମଙ୍ଗଳବାର ଓ ବୁଧବାର ଜାରି ରହିବ ସେରୋ ସର୍ଭେ । ବିଏମ୍‌ସି ପକ୍ଷରୁ ୫ଟି ଓ୍ୱାର୍ଡରେ ସେରୋ ସର୍ଭେ କରାଯିବ ।

ଖବର ଅନୁଯାୟୀ, ଆଜି ଓ କାଲି ଭୁବନେଶ୍ଵରରେ ସେରୋ ସର୍ଭେ କରାଯିବ । ଆଇସିଏମଆର ଅନୁରୋଧ କ୍ରମେ ଵିଏମସି ପକ୍ଷରୁ ୫ଟି ୱାର୍ଡରେ ଏହି ସର୍ଭେ କରାଯିବ। ବିଏମସି ଅନ୍ତର୍ଗତ ୩ଟି ଜୋନର 8, 15, 32, 41 ଓ 63 ନମ୍ବର ୱାର୍ଡରେ ହେବ ସର୍ଭେ। ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି। ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗର ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବ। ଏନେଇ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

Leave a Reply

Your email address will not be published. Required fields are marked *