ସାଢେ ୩ଟାରେ ଆସିବ ସେପ୍ଟେମ୍ବର ମାସର ଗାଇଡଲାଇନ୍
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାମଧ୍ୟରେ ମଙ୍ଗଳବାର ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିବେ ରାଜ୍ୟ ସରକାର । ଏସଆରସି ପ୍ରଦୀପ ଜେନା ଦିନ ଅପରାହ୍ନ ୩.୩୦ରେ କରୋନା ସ୍ଥିତି ବାବଦରେ ଘୋଷଣା କରିବା ସହ ନୂଆ ଗାଇଡଲାଇନ୍ ଜାରି କରିବେ ।
ଏବେ ରାଜ୍ୟରେ କରୋନା ସଂକ୍ରମଣ କମିଛି । ପ୍ରତିଦିନ ୧୦୦୦ ତଳେ ଦୈନିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭୁବନେଷ୍ୱର, ପୁରୀ ଓ କଟକ ସହରାଞ୍ଚଳକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ୍ ନାହିଁ । କେବଳ ନାଇଟକର୍ଫ୍ୟୁ ରହିଛି । ସେପ୍ଟେମ୍ବର ମାସର ଗାଇଡଲାଇନରେ ନାଇଟ୍ କର୍ଫ୍ୟୁ ହଟିବା ନେଇ ସରକାର ନିଷ୍ପତ୍ତି ନେଇପାରନ୍ତି ।
ଅଗଷ୍ଟ ମାସ ଗାଇଡଲାଇନ ସମୟ ଶେଷ ହେବାକୁ ଯାଉଥିବା ବେଳେ ସପ୍ତାହାନ୍ତ ସଟଡାଉନ ହଟାଇବା ପାଇଁ ସ୍ୱର ଉଠିଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରି ସାରିଛନ୍ତି ।କେରଳରେ ଓନମ ପରେ ସଂକ୍ରମଣ ପୁଣି ବଢିଥିବାରୁ ଏହାକୁ ଏକ ସତର୍କ ସୂଚନା ଭାବେ ଦେଖାଯାଉଛି । ଏପଟେ ଗଣେଶ ପୂଜାଠୁ ପାର୍ବଣ ମାହୋଲ ଆରମ୍ଭ ହେଉଥିବାରୁ ସେପ୍ଟେମ୍ବର ଗାଇଡଲାଇନରେ ସରକାର କଣ ଘୋଷଣା କରିବାକୁ ଯାଉଛନ୍ତି, ତାଉପରେ ସମସ୍ତଙ୍କ ନଜର ରହିଛି । ସେପ୍ଟେମ୍ବରରୁ ପାର୍ବଣ ଋତୁ ଆରମ୍ଭ ହେଉଛି । ତେଣୁ ବିଭିନ୍ନ ସ୍ଥାନରେ ଜନଗହଳି ଯେପରି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।