ଦାମୋଦର ରାଉତ ଅପ୍‌ଡେଟ୍‌: ଆଜି ଦିଲ୍ଲୀରେ ଭେଟିଲେ, କାଲି ଓଡ଼ିଶା ଆସିବେ ବରିଷ୍ଠ ବିଜେପି ନେତା

ଭୁବନେଶ୍ଵର, (ଓଟି): ପୂର୍ବତନ ମନ୍ତ୍ରୀ, ୭ଥର ବିଧାୟକ ତଥା ବିଜେଡିରୁ ନିକଟରେ ବିତାଡ଼ିତ ହୋଇଥିବା ଡା. ଦାମୋଦର ରାଉତ ଶନିବାର ବରିଷ୍ଠ ବିଜେପି ନେତାଙ୍କ ସହ ଆଲୋଚନା କରିଛନ୍ତି। ସଭାପତି ତଥା ରାଜ୍ୟ ପ୍ରଭାରୀ ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଏହି ଆଲୋଚନାରେ ସେ ତାଙ୍କର ପକ୍ଷ ତଥା ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା କାଲି ଅର୍ଥାତ୍‌ ରବିବାର ଦିନ ଏହି ଆଲୋଚନାର ଜବାବ ନେଇ କିଛି ବରିଷ୍ଠ ବିଜେପି ନେତା ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଯଦି ସେ ଦାବି ଏବଂ ଆଲୋଚନା ସଫଳ ହୁଏ ତେବେ ଡା. ଦାମୋଦର ରାଉତ ଖୁବ୍‌ ଶୀଘ୍ର ଭାରତୀୟ ଜନତାପାର୍ଟିର ସଦସ୍ୟ ହୋଇପାରନ୍ତି।

ଦିଲ୍ଲୀରୁ ଫେରିବା ପରେ ଡା. ରାଉତ ବିଜେପିରେ ଯୋଗଦାନ ନେଇ ହେଉଥିବା ଚର୍ଚା ବାବଦରେ ସୂଚନା ଦେଇଛନ୍ତି। ଆଲୋଚନା ଚାଲିଥିବା ସେ ସ୍ଵୀକାର କରିବା ସହ ସେ ଦଳରେ ଯୋଗ ଦେବା ନେଇ କୌଣସି ମତ ରଖି ନଥିବା କହିଛନ୍ତି। ତେବେ ତାଙ୍କ ନିକଟରେ କଂଗ୍ରେସର ପ୍ରସ୍ତାବ ମଧ୍ୟ ରହିଛି। ହେଲେ ଯିଏ ନବୀନଙ୍କୁ ରାଜ୍ୟ ଶାସନରୁ ହଟାଇପାରିବେ ବୋଲି ତାଙ୍କର ବିଶ୍ଵାସ ହେବ ସେହି ଦଳକୁ ସେ ସମର୍ଥନ କରିବେ ବୋଲି କହିଛନ୍ତି।

ତେବେ ବିଜେପିରେ ଯୋଗ ଦେବା ନେଇ କିଛି ସ୍ପଷ୍ଟ କରି ନାହାନ୍ତି।

ମିଳିଥିବା ଖବର ଅନୁସାରେ ଡା. ରାଉତ ଆସନ୍ତା ସପ୍ତାହରେ ବିଜେପିରେ ଯୋଗ ଦେବା ପାଇଁ ପ୍ରସ୍ତୁତି ହୋଇଛି। ଭୁବନେଶ୍ଵରରେ ଏଥିନେଇ ଯୋଗଦାନ ଉତ୍ସବ ଅନୁଷ୍ଠିତ ହେବ।

ଡା. ରାଉତଙ୍କ ବିଜେପିରେ ଯୋଗ ଦେବା ନେଇ ଖବର ପ୍ରଥମେ ଓଡ଼ିଶାଟାଇମ୍‌ଡଟ୍‌କମ୍‌ରେ ହିଁ ପ୍ରକାଶ ପାଇଥିଲା। ସୂତ୍ର ମୁତାବକ, ଡା. ରାଉତଙ୍କ ଏହି ନିଷ୍ପତ୍ତି ବିଜେଡିକୁ ସାମାନ୍ୟ ଅସୁବିଧାରେ ପକାଇପାରେ। ପାରାଦୀପ ଓ ଏରସମାରେ ଦଳ ପ୍ରଭାବିତ ହେବା ମଧ୍ୟ ଆଶଙ୍କା ରହିଛି। କାରଣ ଡା. ରାଉତଙ୍କ ପରିବାରରୁ କାହାକୁ ପାରାଦୀପରେ ପ୍ରାର୍ଥୀ କରିବା ପାଇଁ ଦଳ ଚିନ୍ତା କରୁଥିଲେ ମଧ୍ୟ ଏଥିଲାଗି ତାଙ୍କ ପରିବାର ରାଜି ହେଉ ନାହାନ୍ତି। ଆଉ କଟକ ବାରବାଟୀର ବିଧାୟକ ଦେବାଶୀଷ ସାମନ୍ତରାୟଙ୍କର ପାରାଦୀପରୁ ପ୍ରାର୍ଥୀତ୍ଵ ଉପରେ ମଧ୍ୟ ଦଳ ଭରସା କରିପାରୁ ନାହିଁ।

ଡା. ରାଉତ ନିଜ ସହ ପରପର୍ତ୍ତୀ ପିଢ଼ି ତଥା ତାଙ୍କ ପୁଅ ଏବଂ ଝିଅଙ୍କ ରାଜନୀତିକ ଭବିଷ୍ୟତ ବାବଦରେ ମଧ୍ୟ ଆଲୋଚନା କରିଥିବା ସୂଚନା ମିଳିଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ

ଦାମ ଯିବେ ବିଜେପି

ଦାମୋଦର ରାଉତ ବହିଷ୍କୃତ

http://odishatime.com/dr-damodar-rout-expelled-from-bjd/

Leave a Reply

Your email address will not be published. Required fields are marked *