ସମ୍ବଲପୁରର ୧୬ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା

ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁର ମହାନଗର ନିଗମର ୧୬ ସ୍ଥାନରେ ଜାରି ହେଲା ୧୪୪ ଧାରା । କରୋନା ସଂକ୍ରମିତ ଚିହ୍ନଟ ପରେ ୧୬ଟି ସ୍ଥାନରେ ୧୪୪ ଧାରା ଲାଗୁ କରିଛନ୍ତି ଉପଜିଲ୍ଲାପାଳ ।

ସମ୍ବଲପୁର ମହାନଗର ନିଗମର ଖେତରାଜପୁରର ତାଲଭଟାପଡା, ଜଗନ୍ନାଥ କଲୋନୀର ଲେନ୍ -୩, ମାୟାବଗିଚା, ନନ୍ଦପଡାର ସୁସାରୀ ଗଳି, ମୋଦିପଡାର ମାଣିକମୁଣ୍ଡା, ତଅଁଲାପଡା, ଠେଲକୋପଡା, ଏନ୍ ଗୁଆଲେନ୍ ର ହନୁମାନ ମନ୍ଦିର ପଛ ପଟ, ଗୁଜରାଟି କଲୋନୀର ଜଳରାମ ମନ୍ଦିର ପାଖ, ବୁର୍ଲାର ଡକ୍ଟର କଲୋନୀ, ଜେଜେଏସ କଲୋନୀ, ଆଇଆର୍ କଲୋନୀ, ବିଷ୍ଣୁପଡା, ହୀରାକୁଦର ଲେବର କଲୋନୀ, ଗୌଡ ପଡା, ଝାଙ୍କରପଡାରେ ୧୪୪ ଧାରା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *