ଆସନ୍ତା ୨ଦିନ ବନ୍ଦ ରହିବ ସ୍କୁଲ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଯାହାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଆସନ୍ତା ୧୫ ତାରିଖ (ସୋମବାର) ଦିନ କଂଗ୍ରେସ ରାଜ୍ୟବ୍ୟାପୀ ବାନ୍ଦ ଡାକରା ଦେଇଛି । କଂଗ୍ରେସ ପକ୍ଷରୁ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ତେବେ ଏସବୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛ ଗଣଶିକ୍ଷା ମନ୍ତ୍ରୀ ।

ସେହିପରି ଆସନ୍ତା ୧୬ ତାରିଖରେ ମଧ୍ୟ ସ୍କୁଲ ବନ୍ଦ ରହିବ। ଏହି ଦିନ ସରସ୍ବତୀ ପୂଜା ପଡୁଥିବାରୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟି ସ୍କୁଲ୍‌ରେ ପାଳନ ହେବନି ସରସ୍ବତୀ ପୂଜା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରସ୍ବତୀ ପୂଜାରେ ସ୍କୁଲ ବନ୍ଦ ରହିବ ବୋଲି ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *