ଜୁନ୍‌ ୬ରୁ ୧୬ ଯାଏ ସ୍କୁଲରେ ଖରା ଛୁଟି

ଭୁବନେଶ୍ବର, (ଓଡିଶା ଟାଇମ୍): ଏଥର ଖରାଛୁଟି ମାତ୍ର ୧୧ଦିନ । ଜୁନ୍‌ ୬ରୁ ୧୬ ଯାଏଁ ସ୍କୁଲରେ ଖରା ଛୁଟି ଘୋଷଣା । କୋଭିଡ଼ ପାଇଁ ପାଠପଢା ବ୍ୟାହତ ହୋଇଥିବାରୁ ଖରାଛୁଟି କାଣ୍ଟଛାଣ୍ଟ କରାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜାରି ରହିବ ସକାଳୁଆ ସ୍କୁଲ । ମେ ପହିଲାରୁ ଜୁନ୍‌ ୫ ଯାଏ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ କ୍ଲାସ ଚାଲିବାକୁ ଥିବା ବେଳେ ଏପ୍ରିଲ୍‌ ୨୦ରୁ ୩୦ ପର୍ଯ୍ୟନ୍ତ ପ୍ରଥମରୁ ନବମ ଶ୍ରେଣୀ ଲାଗି ନୂଆ ଆଡ୍‌ମିଶନ୍‌ ଓ ରିଆଡମିଶନ ଚାଲୁ ରହିବ ।

Leave a Reply

Your email address will not be published. Required fields are marked *