ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ବର, (ଓଡିଶା ଟାଇମ୍) : ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ଫି’ କୋହଳ କରିବାକୁ ଘରୋଇ ସ୍କୁଲ୍‌ ଗୁଡ଼ିକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଘରୋଇ ଅଣଅନୁଦାନ ପ୍ରାପ୍ତ, ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ଫି’ କୋହଳ କରିବା ଲାଗି ସରକାର କହିଛନ୍ତି। ଏନେଇ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି।

ରିପୋର୍ଟ ଅନୁସାରେ ୭ଟି ସ୍ଲାବ୍‌ରେ ଫି ଛାଡ୍‌ ଲାଗି କୁହାଯାଇଛି। ଏହାସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଛା ଆଦାୟ ନ କରିବାକୁ ସ୍କୁଲ୍‌ ଗୁଡ଼ିକୁ ସରକାର କହିଛନ୍ତି।

୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବିଦ୍ୟାଳୟ ଫି’ ବୃଦ୍ଧି କରିପାରିବେ ନାହିଁ। ସେହିପରି ହଷ୍ଟେଲ ଫି’ ୩୦ ପ୍ରତିଶତ ଛାଡ୍‌ କରିବାକୁ କୁହାଯାଇଛି। ସ୍କୁଲ୍‌ ନ ଖୋଲିବା ଯାଏ ଆକ୍ଟିଭିଟି ଫି’, ଲଣ୍ଡ୍ରି ଫି’, ଏକ୍ସଟର୍ଣ୍ଣାଲ ଏକଜାମ୍ ଫି’, ୟୁନିଫର୍ମ ଫି’, କନଭେୟାନ୍ସ ଫି, ରି ଆଡମିସନ ଫି’, ଡେଭେଲପମେଣ୍ଟ ଫି’, ଆନୁଆଲ୍ ଫି’ ଆଦାୟ ନ କରିବାକୁ ସରକାର କହିଛନ୍ତି।

Leave a Reply

Your email address will not be published. Required fields are marked *