ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ, ଜାରି ରହିବ ପରୀକ୍ଷା ଓ ମୂଲ୍ୟାୟନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ତେବେ ସ୍କୁଲ ବନ୍ଦ ସତ୍ତ୍ବେ ସମସ୍ତ ପ୍ରକାର ପରୀକ୍ଷା ଓ ମୂଲ୍ୟାୟନ ଜାରି ରହିବ। ଅନ୍‌ଲାଇନ୍‌ ଓ ଦୂର ନିରନ୍ତର ଶିକ୍ଷା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍‌ଲାଇନ୍‌ ଶିକ୍ଷା ଓ ଟେଲି କାଉନ୍‌ସେଲିଂ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲ ଆସିବେ। ଶିକ୍ଷା ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏସ୍‌ଓପି ଅନୁସାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ ସ୍କୁଲ ଆସିବେ। କିଛି ରାଜ୍ୟରେ କୋଭିଡ୍‌ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ତେଣୁ ୨୦୨୧ ନୂଆ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି।

ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ପରେ ଛାତ୍ରଛାତ୍ରୀ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି , ନୂଆ ଗାଇଡ୍ ଲାଇନ୍ ଆସିବ । ଏହାପରେ ନିଆଯିବ ନିଷ୍ପତ୍ତି । ଡିସେମ୍ବରରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ସ୍କୁଲ ଖୋଲିବା ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିପାରେ, ଏ ଆଶଙ୍କା ରହିଛି। ତେଣୁ ଚଳିତ ବର୍ଷ ଡିସେମ୍ବର ୩୧ ଯାଏ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

୮ ମାସରୁ ଅଧିକ ହେଲାଣି ସ୍କୁଲ କ୍ୟାମ୍ପସ ମାଡି ନାହାନ୍ତି ଛାତ୍ର ଛାତ୍ରୀ। ଯଦିଓ ପିଲାମାନଙ୍କୁ ବିଭିନ୍ନ ସ୍କୁଲ ପକ୍ଷରୁ ଅନଲାଇନ କ୍ଲାସ ସୁବିଧା ଯୋଗାଇ ଦିଆଯାଉଛି ତଥାପି ତାହା ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରଭାବଶାଳୀ ହୋଇ ପାରିନି। ପୁର୍ବରୁ ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଖୋଲିବାକୁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ । ସେପେଟେ ନଭେମ୍ବର ୧୫ ପରେ ସ୍କୁଲ ଖୋଲିବାକୁ ବିଭାଗ ତାରିଖ ଧାର୍ଯ୍ୟ କରିପାରିବ ବୋଲି ସାନି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରିଥିଲେ ଏସଆରସି । ଡିସେମ୍ବର ରେ କରୋନାର ଦ୍ବିତୀୟ ଲହର ଆସିବା ନେଇ ବିଶେଷଜ୍ଞ ମତ ପ୍ରକାଶ ପାଇବାପରେ ଏବେ ଚିନ୍ତାରେ ସରକାର । ସେପଟେ ପିଲାମାନେ ଅନ୍ତତ ପକ୍ଷେ ତିନି ମାସ କ୍ଲାସ ରୁମ ପ୍ରସ୍ତୁତି କରିବା ସହ, ଭ୍ୟାକସିନ ନ ଆସିବା ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବା ନେଇ ମତ ପ୍ରକାଶ କରିଥିଲେ ଅଭିଭାବକ ଏବଂ ବିଶେଷଜ୍ଞ।

 

Leave a Reply

Your email address will not be published. Required fields are marked *