ସମୀରାଙ୍କ କୋଳକୁ ଆସିଲେ ନହ୍ନିପରୀ
ବଲିଉଡରୁ ନିଜକୁ ଦୂରେଇ ଦେଇଥିଲେ ମଧ୍ୟ ସମୀରାଙ୍କ ପ୍ରଶଂସକଙ୍କ ସଂଖ୍ୟା ଆଦୌ କମିନାହିଁ । ସୋସିଆଲ୍ ମିଡିଆରେ ସମୀରା ଖୁବ୍ ସକ୍ରିୟ । ନିକଟରେ ସମୀରା ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି । ଶୁକ୍ରବାର ଦିନ ସକାଳେ ସମୀରା ଦ୍ୱିତୀୟ ଥର ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ସମୀରାଙ୍କ କୋଳକୁ ଆସିଛି ଏକ ନହ୍ନିପରୀ । ସମିରା ଏହି ଖବରକୁ ଇନଷ୍ଟାଗ୍ରାମ ମାଧ୍ୟମରେ ସେୟାର୍ କରିବା ସହ ଏକ ଫଟୋ ମଧ୍ୟ ଅପଲୋଡ୍ କରିଛନ୍ତି । ସେହି ଫଟୋରେ ସମୀରା ନିଜ ହାତରେ କୁନି ଛୁଆଟିର ହାତକୁ ଧରିଛନ୍ତି । ଏହା ପୂର୍ବରୁ ମଧ୍ୟ ବେବିବମ୍ପ ଓ ପ୍ରେଗନେନ୍ସି ସମୟର ଅନେକ ଫଟୋ ସମୀରା ଅପଡେଟ୍ କରିଥିଲେ ।
କହିରଖୁଛୁ ସମୀରାଙ୍କ ଏକ ୩ ବର୍ଷର କ୍ୟୁଟ୍ ପୁଅଟିଏ ଅଛି । ତା’ର ନାଁ ରଖାଯାଇଛି ହଂସ । କିନ୍ତୁ କୁନି ଝିଅଟିର ନାଁ କ’ଣ ଅଛି ସେ ସମ୍ପର୍କରେ କୌଣସି ଖବର ଆସିନାହିଁ । ସମୀରାଙ୍କ ଏହି ଖୁସି ଖବର ଶୁଣିବା ପରେ ପ୍ରଶଂସକ ମହଲରେ ଉତ୍ସବର ମାହୋଲ୍ ସୃଷ୍ଟି ହୋଇଛି ।