କାଟ୍ରିନାଙ୍କୁ ନିକାହ କରିବେ ସଲ୍ଲୁ: ଇଦରେ ଗ୍ରାଣ୍ଡ୍ ରିସେପ୍ସନ୍

ଆଜିକାଲି ସଲ୍ଲୁ ଓ କ୍ୟାଟ୍‌ଙ୍କ ଯୋଡ଼ିକୁ ନେଇ ସବୁଆଡ଼େ ଚର୍ଚ୍ଚା । ଏହି ଲଭ୍ବାର୍ଡ଼ ଆଗାମୀ ଇଦ୍ରେ ହାତକୁ ଦି ହାତ ହେବେ ବୋଲି ଖବର ମିଳିଛି । ଏହି ବାହାଘର ପାଇଁ ଅନେକ ପ୍ରକାର ପୂର୍ବ ପ୍ରସ୍ତୁତି ଚାଲିଛି । ବିବାହ ମଣ୍ଡପକୁ ଏବେଠାରୁ ଫୁଲରେ ସଜାଯାଉଛି ଏବଂ ବିବାହର ଏକ ବିଶେଷ ଗୀତକୁ ନେଇ କୋରିଓଗ୍ରାଫି ମଧ୍ୟ ଆରମ୍ଭ ହୋଇଛି ।

ଏହି ଖବର ପାଇବା ପରେ ସଲ୍ଲୁ ଓ କ୍ୟାଟ୍ ତାଙ୍କର ପ୍ରଶଂସକଙ୍କ ପାଇଁ ଏକ ବଡ଼ ସର୍ପ୍ରାଇଜ୍ ଦେଇଛନ୍ତି ବୋଲି ସିନେ ମହଲରେ ଚର୍ଚ୍ଚା ହେଉଛି । କିନ୍ତୁ ଏହି ବିବାହ ରିଏଲ୍ ଲାଇଫରେ ନୁହେଁ, ରିଲ୍ ଲାଇଫରେ । ମିଡିଆ ରିପୋର୍ଟ ଅନୁସାରେ ସଲ୍ଲୁ ଓ କ୍ୟାଟଙ୍କ ଆଗାମୀ ଫିଲ୍ମ ‘ଭାରତ’ରେ ଏମିତି ଏକ ବିବାହ ଦୃଶ୍ୟ ରହିଛି । ଯେଉଁଥିପାଇଁ ସମ୍ପୂର୍ଣ୍ଣ ଫିଲ୍ମ ଟିମ୍ ପୁରା ଦମରେ ଲାଗିପଡ଼ିଛନ୍ତି । ତେଣୁ ସେଟକୁ ଫୁଲରେ ସଜାଯାଇଥିବାବେଳେ ବୈଭବୀ ମର୍ଚାଣ୍ଟ୍ ଏକ ଗୀତରେ କୋରିଓଗ୍ରାଫି ଦାୟିତ୍ୱ ନେଇଛନ୍ତି ।

ଏହି ବିବାହ ଗୀତଟି ଏକ ଅଫବିଟ୍‌ ନମ୍ବର୍ ଏବଂ ଦର୍ଶକଙ୍କୁ ଫେଷ୍ଟିଭ୍ ସିଜିନର ଅନୁଭବ କରାଇବା ପାଇଁ ଏଭଳି ଏକ ଦୃଶ୍ୟ ରଖାଯାଇଛି । ଅଲ୍ଲୀ ଆବାସ୍ ଜଫର୍ଙ୍କ ନିର୍ଦ୍ଦେଶିତ ‘ଭାରତ’ ଆଗାମୀ ଇଦରେ ସିନେମାଘରକୁ ଆସିବ ।

‘ଏକ୍ ଲଡ଼୍କି କୋ ଦେଖା ତୋ ଐସା ଲଗା’ର ବକ୍ସ ଅଫିସ୍ ହାଲ୍ଚାଲ୍ 

ଐଶ୍ଵର୍ଯ୍ୟାଙ୍କ ଠୁ ଶିଖନ୍ତୁ ଘରକରଣା 

Leave a Reply

Your email address will not be published. Required fields are marked *