‘ଭାରତ’ ପାଇଁ ୨୦ ପ୍ରକାର ଦାଢ଼ି ଲଗାଇଥିଲେ ସଲମାନ୍, ମେକଅପ୍ ପାଇଁ ଲାଗୁଥିଲା ଅଢ଼େଇ ଘଣ୍ଟା
ଆଗାମୀ ଇଦ୍ରେ ରିଲିଜ୍ ହେବାକୁ ଥିବା ସଲ୍ଲୁ ଭାଇଜାନଙ୍କ ‘ଭାରତ’ ଏବେ ସିନେ ମହଲର ମୁଖ୍ୟ ଚର୍ଚ୍ଚା । ଏହାର ଟ୍ରେଲର୍ ଓ ଗୀତଗୁଡ଼ିକ ରିଲିଜ୍ ହେବା ପରେ ଫିଲ୍ମ ପ୍ରତି ସିନେପ୍ରେମୀଙ୍କ କ୍ରେଜ୍ ବଢିବାରେ ଲାଗିଛି । ଭାଇଜାନଙ୍କ ପ୍ରଶଂସକ ଫିଲ୍ମର ମୁକ୍ତିଲାଭ ତାରିଖକୁ ଗଣିଗଣି ଅପେକ୍ଷା କରି ବସିଛନ୍ତି । ଅନ୍ୟ ପକ୍ଷରେ ଫିଲ୍ମର ପ୍ରମୋସନ୍ ମଧ୍ୟ ଜୋର୍ଦାର୍ ହେବାରେ ଲାଗିଛି । ଏହି ଧାରାରେ ଏବେ ସଲ୍ଲୁଙ୍କ ସମ୍ପର୍କରେ ଆସିଥିବା ଏକ ଖବର ଭାଇରାଲ୍ ହେବାରେ ଲାଗିଛି।
ଏହି ଖବରକୁ ମିଡ଼ିଆ ସାମନାକୁ ଆଣିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଆବାସ୍ ଜଫର୍ । ଖବର ଅନୁଯାୟୀ କାହାଣୀ ସହିତ ଚରିତ୍ରର ତାଳମେଳ ପରଫେକ୍ଟ ହେବା ପାଇଁ ସଲ୍ଲୁଙ୍କ ମେକଅପ୍ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା । ସଲ୍ଲୁଙ୍କୁ ଥରେ ମେକଅପ୍ ନେବା ପାଇଁ ଲାଗୁଥିଲା ପ୍ରାୟ ଅଢ଼େଇ ଘଣ୍ଟା । ସଲ୍ଲୁଙ୍କ ବୁଢ଼ା ଲୁକ୍ ପାଇଁ ୨୦ ପ୍ରକାରର ଅଲଗା ଅଲଗା ଦାଢ଼ି ଟ୍ରାଏ କରାଯାଇଛି । ସଲ୍ଲୁଙ୍କ ଚେହେରା ଅନୁଯାୟୀ ଦାଢ଼ି ଚୟନ କରିବା କଷ୍ଟକର ଥିଲା । ନିର୍ଦ୍ଦେଶକଙ୍କ ମୁହଁରୁ ଏଭଳି ଖବର ଶୁଣିବା ପରେ ଭାଇଜାନଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ପାଗଳାମୀ ଆହୁରି ବଢ଼ିଯାଇଛି ।