କୃଷି ଆଇନକୁ ବର୍ଷେ: ଦିଲ୍ଲୀରେ ଏସଏଡିର ପ୍ରତିବାଦ ଶୋଭାଯାତ୍ରା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ତିନିଟି କୃଷି ଆଇନ ଗୃହୀତ ହେବାର ଏକବର୍ଷ ପୂରଣ ହୋଇଛି। ଶିରୋମଣି ଅକାଳି ଦଳ (ଏସଏଡି) ଏହି ଦିନଟିକୁ କଳା ଶୁକ୍ରବାର ଭାବରେ ପାଳନ କରିବା ସହିତ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରିଥିଲା। ଦିଲ୍ଲୀରେ ଗୁରୁଦ୍ୱାରା ରାକବ ଗଞ୍ଜ ସାହିବରୁ ସଂସଦ ଅଭିମୁଖେ ଏହି ଶୋଭାଯାତ୍ରା ବାହାରିଥିଲା। ଶିରୋମଣି ଅକାଳି ଦଳ ସଭାପତି ସୁଖବିର ସିଂ ବାଦଲ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୋ÷ର ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥଲେ। ସେଥିପାଇଁ ଦିଲ୍ଲୀର ଶଙ୍କର ରୋଡ ନିକଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନୂଆଦିଲ୍ଲୀ ଜିଲା ଡିସିପି ଦୀପକ ଯାଦବ କହିଛନ୍ତି, ଆନ୍ଦୋଳନକାରୀ ନେତାମାନଙ୍କୁ ସେଠାରେ ବିକ୍ଷୋଭ ପାଇଁ ଅନୁମତି ନଥିବା ଜଣାଇ ଦିଆଯାଇଛି। ବିକ୍ଷୋଭ ଶୋଭାଯାତ୍ରା କାରଣରୁ ଝଣ୍ଡେୱାଲାନ-ପଞ୍ଚକୁଆଇନ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଦିଲ୍ଲୀ ପୁଲିସ ପକ୍ଷରୁ ଦିଲ୍ଲୀ ସୀମାନ୍ତକୁ ବନ୍ଦ କରିଦିଆଯିବା ସହିତ ଗୁରୁଦ୍ୱାରା ରକବ ଗଞ୍ଜ ସାହିବକୁ ଘେରାଉ କରି ରଖାଯାଇଥିବା ଅକାଳି ଦଳ ପକ୍ଷରୁ କୁହାଯାଇଛି।