ଅକ୍ଟୋବର ୧୬ରୁ ପାଞ୍ଚ ଦିନ ପାଇଁ ଖୋଲିବ ସବରିମାଳା ମନ୍ଦିର
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ମହାମାରୀ ଯୋଗୁ ବନ୍ଦ ଥିବା ସବରିମାଳା ମନ୍ଦିର ଅକ୍ଟୋବର ୧୬ରୁ ଖୋଲିବ। ଅର୍ଥାତ ଆସନ୍ତାକାଲି ଠାରୁ ୫ ଦିନ ପାଇଁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ। ତେବେ ଏହା ମଲାୟାଲାମ ମାସ ଯୋଗୁ କେବଳ ପାଞ୍ଚ ଦିନ ଲାଗି ଖୋଲା ଯାଉଛି। ତ୍ରାବଣକୋର ଦେବସୋମ ବୋର୍ଡର ନିର୍ଦେଶ ଅନୁସାରେ କେବଳ ୨୫୦ ଲୋକଙ୍କୁ ନିତିଦିନ ପ୍ରାର୍ଥନା ପାଇଁ ମନ୍ଦିରକୁ ପ୍ରବେଶ ଅନୁମତି ରହିଛି। ଯାତ୍ରା ପୂର୍ବରୁ ଅନଲାଇନ ବୁକିଙ୍ଗ ଲୋକଙ୍କ ପାଇଁ ଖୋଲା ଯାଇଛି।
ତୀର୍ଥଯାତ୍ରୀ ହିଲଟପ ତୀର୍ଥସ୍ଥଳରେ ପହଞ୍ଚିବାର ୪୮ ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ କରିବାକୁ ପଡ଼ିବ। କରୋନାରେ ସଂକ୍ରମିତ ନ ଥିବା ଲୋକଙ୍କୁ ହିଁ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ରିପୋର୍ଟ ନ ଥିବା ତୀର୍ଥଯାତ୍ରୀ ନିଲକ୍କଲ ବେସ କ୍ୟାମ୍ପରୁ କୋଭିଡ ଟେଷ୍ଟ କରାଇବେ।
ଏହା ସହ ସରକାର ପମ୍ପା ନଦୀରେ ସ୍ନାନ କରିବା ଉପରେ ମଧ୍ୟ କଟକଣା ଲାଗୁ କରିଛନ୍ତି। କେବଳ ଏତିକି ନୁହେଁ ତୀର୍ଥଯାତ୍ରୀଙ୍କ ପାଇଁ ଅସ୍ଥାୟୀ ସ୍ନାନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ପାଣି, ସାବୁନ ଓ ସାନିଟାଇଜ ବ୍ୟବସ୍ଥା ହୋଇଛି। ତେବେ ଭକ୍ତଙ୍କୁ ସବୁ ପ୍ରକାର କୋଭିଡ୍ ନିୟମ ପାଳନ କରିବାକୁ ହେବ। ସବରିମାଳା ଭକ୍ତଙ୍କ ପାଇଁ ରହିବା ପାଇଁ କୌଣସି ଘର ଉପଲବ୍ଧ ହେବ ନାହିଁ।