ଭୁବନେଶ୍ୱର RTO-୨ ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ କରୋନା ପଜିଟିଭ ବଢିବାରେ ଲାଗିଛି । ଏଥିପାଇଁ ଭୁବନେଶ୍ବର ଆରଟିଓ-୧ ପରେ ଏବେ ଆରଟିଓ-୨ ବନ୍ଦ ହୋଇଛି  । କରୋନା ସଂକ୍ରମଣ ଆଶଙ୍କାରେ ଆରଟିଓ-୨କୁ ବନ୍ଦ କରି ଦିଆଯାଇଛି । ଆସନ୍ତା ସୋମବାର ପର‌୍ୟ୍ୟନ୍ତ ବନ୍ଦ ରହିବ ଆରଟିଓ-୨ ।

ସୂଚନାଯୋଗ୍ୟ ଯେ, ଆରଟିଓର ଜଣେ ସହଯୋଗୀ କରୋନା ଆକ୍ରାନ୍ତ ହୋଇଥିବାରୁ ସଂକ୍ରମଣ ଆଶଙ୍କାରେ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ସଂକ୍ରମଣ ଆଶଙ୍କାରେ ଆରଟିଓ-୨ କର୍ତ୍ତୃପକ୍ଷ ବନ୍ଦ କରିଥିବା ଜଣାପଡ଼ିଛି । ଗତକାଲି ଭୁବନେଶ୍ବର ଆଚାର‌୍ୟ୍ୟ ବିହାରରେ ଥିବା ଆରଟିଓ -୧ ରେ ୪ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଫିସକୁ ସିଲ୍ କରିଛି ବିଏମସି । ଆଜି ଆରଟିଓ ୱାନକୁ ସାନିଟାଇଜ କରାଯାଉଛି । ଏଥିସହ ଅଫିସର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *