ରୋଷେଇ – ପାର୍ଲେଜି ବିସ୍କୁଟରେ ବନାନ୍ତୁ ସଫ୍ଟ ସୁଇଟ୍ ଚକଲେଟ୍ କେକ୍
ଆବଶ୍ୟକୀୟ ସାମଗ୍ରୀ – ୪୦ଟି ପାଲେର୍ଜି ବିସ୍କୁଟ୍ (୨୦୦ଗ୍ରାମ୍), ଛୋଟ ଡାଏରି ମିଲ୍କ ଚକଲେଟ୍ ୪ଟି (୩୫-୪୦ ଗ୍ରାମ୍), ୧/୨ ଟି ସ୍ପୁନ୍ କଫି, ୧ କପ୍ ଗରମ ଖିର, ୨ ଟି ଟେବୁଲ୍ ସ୍ପୁନ୍ ଅନ୍ଫ୍ଲାଆର୍ଡ଼ ଅଏଲ୍ କିମ୍ବା ମେଲଟେଡ୍ ବଟର୍, ୧ ଟି ସ୍ପୁନ୍ ବେକିଙ୍ଗ୍ ସୋଡ଼ା, ୧/୨ ଟି ସ୍ପୁନ୍ ଭାନିଲା ଏସେନ୍ସ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବିସ୍କୁଟ୍ଗୁଡ଼ିକୁ ଭଲ ଭାବେ ଗୁଣ୍ଡ କରିନିଅନ୍ତୁ । ଗ୍ରାଇଣ୍ଡିଙ୍ଗ୍ କଲେ ମଧ୍ୟ ଚଳିବ । ଏହାପରେ ଗୋଟିଏ ବାଉଲରେ ୩ଟି ଚକଲେଟକୁ ଖଣ୍ଡ କରି ରଖନ୍ତୁ ଏବଂ ସେଥିରେ ଗରମ ଖିର ପକାନ୍ତୁ । ଏହାକୁ ୫ ମିନିଟ୍ ରଖନ୍ତୁ ଏବଂ ଏଥିରେ ବିସ୍କୁଟ୍ ଗୁଣ୍ଡ ପକାଇ ଭଲ ଭାବେ ଫେଣ୍ଟନ୍ତୁ । ଏଥିରେ ଅନ୍ଫ୍ଲେବର୍ଡ଼ ଅଏଲ୍ ମିଶାଇ ଏକ ଘୋଡଣୀ ଦେଇ ୧୦ ମିନିଟ୍ ରଖନ୍ତୁ । ଏହାପରେ ଆଉ ଏକ ଥଣ୍ଡା ଖିର ଓ ବେକିଙ୍ଗ ସୋଡ଼ା ମିଶାଇ ଗାଢା ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହା ମଧ୍ୟରେ ପ୍ରେସର୍ କିମ୍ବା କେକ୍ ବନାଇବା ଯେଉଁ ସିଲଭର୍ ପାତ୍ର ବ୍ୟବହାର କରିବେ ତାହାକୁ ଗରମ କରନ୍ତୁ । ମନେ ରଖନ୍ତୁ ଗ୍ୟାସ୍କୁ ମଧ୍ୟମ ଫ୍ଲେମରେ ରଖିବେ । ଏହାପରେ ଗୋଟିଏ ଷ୍ଟିଲ୍ ପାତ୍ର କିମ୍ବା କେକ୍ ବାଉଲରେ ତେଲ ଲଗାଇ ତା’ ଉପରେ କିଛି ଅଟା କିମ୍ବା ମଇଦା ଛିଞ୍ଚିଦିଅନ୍ତୁ । ଏଭଳି କରିବା ଦ୍ୱାରା କେକ୍ ବାଉଲରେ ଲାଗିନଥାଏ । ଏହାପରେ କେକର ମିଶ୍ରଣକୁ ସେହି ପାତ୍ରରେ ଢାଲିଦିଅନ୍ତୁ । ଏହାପରେ କୁକର୍ ମଝିରେ ତାହାକୁ ରଖି ଢାଙ୍କୁଣୀ ଦେଇ ସିଝବାକୁ ଦିଅନ୍ତୁ । ପ୍ରାୟ ଅଧଘଣ୍ଟା ପରେ ଏକ ଟୁଥପିକ୍ ସାହାଯ୍ୟରେ କେକ୍ କୁ ଚେକ୍ କରନ୍ତୁ । ଯଦି ଏହା ଟୁଥପିକ୍ରେ ଲାଗିଲା ତାହେଲେ ଆଉ ୫-୧୦ ମିନିଟ୍ ସିଝିବାକୁ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ବିସ୍କୁଟ୍ ଚକୋଲେଟ୍ କେକ୍ । ଏହା ଉପରେ ଆପଣ କୌଣସି କ୍ରୀମ୍ କିମ୍ବା ଡ୍ରାଏଫୁଡ୍ସରେ ସଜାନ୍ତୁ ।