ରୋଷେଇ – ଅଣ୍ଡା ସିମେଇ

ଆବଶ୍ୟକୀୟ ଜିନିଷ – ୧ କପ୍ ସିମେଇ, ଗୋଟିଏ ପିଆଜ କଟା, ଗୋଟିଏ ଗାଜର କଟା, ଗୋଟିଏ ଟମାଟ କଟା, ଗୋଟିଏ କଟା କଂଚା ଲଙ୍କା, ଗୋଟିଏ କ୍ୟାପସିକମ୍ କଟା, ୧ ଚାମଚ ଟମାଟ କ୍ୟାଚପ୍, ୧/୨ ଚାମଚ ଗୋଲମରିଚ ଗୁଣ୍ଡ, ୧ ଚାମଚ ଜିରା, ୧/୨ ଚାମଚ ସୋରିଷ, ୩ଟି ଅଣ୍ଡା , ଗୋଟିଏ ପ୍ୟାକେଟ୍ ମ୍ୟାଗି ସମଲା, ତେଲ ଓ ସ୍ୱାଦ ଅନୁଯାୟ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ କରେଇ ବସେଇ ତେଲ ଦେଇ ସିମେଇକୁ ଭାଜି ନିଅନ୍ତୁ । ଏଥିରେ ପ୍ରାୟ ୩ ଗ୍ଲାସ ପାଣି ଦିଅନ୍ତୁ । ପାଣି ଅଧିକ ହେଲେ କୌଣସି ସମସ୍ୟା ନାହିଁ । ପରେ ଏହାକୁ ଛାଣିହେବ । ଏଥିରେ ହାଲକା ଲୁଣ ଦେଇ ୫-୬ ମିନିଟ୍ ସିଝିବାକୁ ଦିଅନ୍ତୁ । ସିମେଇ ସିଝିବା ପରେ ଏକ ଛଣା ସାହାଯ୍ୟରେ ସେଥିରେ ଥିବା ପାଣିକୁ ଛାଣଦିଅନ୍ତୁ ଏବଂ ସିମେଇକୁ ଗୋଟିଏ ପ୍ଲେଟରେ ବାହାର କରି ରଖନ୍ତୁ । ଏହାପରେ ଗୋଟିଏ ବାଉଲରେ ୩ଟି ଅଣ୍ଡା ଭାଙ୍ଗି ଦେଇ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ଓ ଗୋଲମରିଚ ଗୁଣ୍ଡ ଦେଇ ଭଲ ଭାବେ ଫେଣ୍ଟିଦିଅନ୍ତୁ । ଏହାପରେ କରେରେ ତେଲ ଦେଇ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ଅଣ୍ଡାର ମିକ୍ସରକୁ ପକାନ୍ତୁ ଏବଂ ଭଲ ଭାବେ କୁକ୍ ହେବାକୁ ଦିଅନ୍ତୁ । ଭଲ ଭାବେ କୁକ୍ ହେବା ପରେ କରେଇରେ ଥିବା ଅବସ୍ଥାରେ ଅଣ୍ଡାକୁ ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ । ଏହାକୁ ୧-୨ ମିନିଟ୍ ଭାଜିନିଅନ୍ତୁ । ଏହାପରେ ଅଣ୍ଡାକୁ ଗୋଟିଏ ପ୍ଲେଟରେ ବାହାର କରିଦିଅନ୍ତୁ । ଏହାପରେ କରେଇରେ ଆଉ କିଛି ତେଲ ଦେଇ ଜିରା ଓ ସୋରିଷ, କଂଚା ଲଙ୍କା, ପିଆଜ, କ୍ୟାପସିକମ୍, ଟମାଟ ଓ ଗାଜର ପକାଇ ଭଲ ଭାବେ ଭାଜନ୍ତୁ । ଆଉ ଅଳ୍ପ ଲୁଣ ଦେଇ ଘୋଡ଼ଣି ଦେଇଦିଅନ୍ତୁ । ଭଲ ଭାବେ ସିଝିବା ପରେ ଘୋଡ଼ଣୀ ବାହାର କରି ଗୋଟିଏ ପ୍ୟାକେଟ୍ ମ୍ୟାଗି ସମଲା ଓ ଟମାଟ କ୍ୟାଚପ୍ ପକାନ୍ତୁ ଏବଂ ଗୋଳାଇ ଦିଅନ୍ତୁ । ଏହାପରେ ଏଥିରେ ଅଣ୍ଡା ଓ ସିମେଇକୁ ପକାଇ ଭଲ ଭାବେ ମିକ୍ସ କରନ୍ତୁ । ଏହାକୁ ଘୋଡଣୀ ଦେଇ କିଛି ସମୟ କୁକ୍ ହେବାକୁ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଅଣ୍ଡା ସିମେଇ । ଏହାକୁ ଚିଲି ସସ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *