୩ଦିନ ପାଇଁ ରାୟଗଡ଼ା ଥାନା ସିଲ୍

ରାୟଗଡ଼ା, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ବଢିବାରେ ଲାଗିଛି। ଆସନ୍ତା ୩ଦିନ ପାଇଁ ରାୟଗଡ଼ା ଥାନାକୁ ସିଲ୍‌ କରାଯାଇଛି । ୧୪ ଜଣ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ଥାନାକୁ ଆସନ୍ତା ୩ଦିନ ପାଇଁ ସିଲ୍‌ ହୋଇଥିବା ସୂଚନା ଦେଇଛନ୍ତି ଏସ୍‌ପି ।

୧୪ ଜଣ ସ୍ବତନ୍ତ୍ର ସୁରକ୍ଷା ବାଟାଲିଆନର ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ  ଆକ୍ରାନ୍ତ ଚିହ୍ନଟ ହେବା ପରେ ଥାନାକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି । ଥାନା ପରିସରରେ ଥିବା ବାଟାଲିୟନ କ୍ୟାମ୍ପରେ ସମସ୍ତ ଯବାନଙ୍କ ରହିବା ବ୍ୟବସ୍ଥା ହୋଇଛି । ଏହା ସହିତ ଆସନ୍ତା ୩ଦିନ ପାଇଁ ଥାନାକୁ ସିଲ୍‌ କରାଯାଇଛି ।

Leave a Reply

Your email address will not be published. Required fields are marked *