ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ରାୟଗଡା , (ଓଡିଶା ଟାଇମ୍) : ରାୟଗଡା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର ।

ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । କୋଭିଡ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାର ଓଏସଡି ଥିଲେ ପୂର୍ଣ୍ଣଚନ୍ଦ୍ର । ତାଙ୍କୁ ରାୟଗଡା ମୁଖ୍ୟ କାର୍ଯ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *