ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ

ଶ୍ରୀଚନ୍ଦ୍ର ପ୍ରଭାବରେ ଅର୍ଥଲାଭ, ବ୍ୟବସାୟିକ ଉତ୍କର୍ଷତା, ବନ୍ଧୁ ସମ୍ପର୍କରେ ଉନ୍ନତି ହେବ କିନ୍ତୁ ଜନ୍ମ ଚନ୍ଦ୍ର ହେତୁ ଯାତ୍ରା,ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିପାରେ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ । ଶୁଭ ରଙ୍ଗ ଆକାଶୀ ବାଦାମୀ । ଶୁଭ ଅଙ୍କ ୬ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

ବୃଷ

କର୍ମାଧିପତି ଶୁଭଦୃଷ୍ଟି କାର୍ଯ୍ୟସାଦନ ପାଇଁ ଅନୁକୂଳ ରହିବ । କିନ୍ତୁ ନିଜ ଲୋକମାନଙ୍କ ଠାରୁ ସାହାର୍ଯ୍ୟ ଆଶା ମଉଳି ଯିବ । କୌଣସି ସାମାଜିକ କିମ୍ବା ଆନୁ ।ନିକ କାମରେ ଯୋଗ ଦେବେ । ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଫିକା ଲାଲ । ଶୁଭ ଅଙ୍କ ୪ ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ମିଥୁନ

ଧନାଧିପ ଏକାଦଶସ୍ଥ ଯୋଗୁ ଯାହା ଆଶା କରୁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡିକୁ ସଫଳତାର ସହ ସମ୍ପନ୍ନ କରିବେ । ବ୍ୟବସାୟରେ କ୍ରମଶଃ ସମସ୍ୟା ବଢି ବଢି ଯିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

କର୍କଟ

ଚନ୍ଦ୍ରଙ୍କ ସୁପ୍ରଭାବରେ ସମସ୍ୟାଗୁଡିକର ସରଳ ସମାଧାନ କରିବାରେ ସଫଳ ହେବେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ସିଂହ

ରାଶିରେ ମଙ୍ଗଳ ସାମାନ୍ୟତଃ କାମରେ ଅଗ୍ରଗତି ସାଙ୍ଗକୁ ପାରିବାରିକ ଦିଗକୁ ନିୟନ୍ତ୍ରଣ ମଧ୍ୟରେ ରଖିବ । ପରିସ୍ଥିତିବଶତଃ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ପ୍ରତ୍ୟେକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୮ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ସୁଖଭାରା ଦିନଟି ।

କନ୍ୟା

ଚନ୍ଦ୍ର ଓ ବୃହସ୍ପତିଙ୍କ ପାରସ୍ପରିକ ଦୃଷ୍ଟି ପାରିବାରିକ ସ୍ଥିତି ସାଙ୍ଗକୁ ବ୍ୟବସାୟିକ ସଫଳତା ପ୍ରଦାନ କରିବ । ବନ୍ଧୁ କଥାରେ ପ୍ରଭାବିତ ହୋଇ ଭୁଲ କାମ କରିପାରନ୍ତି । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ତୁଳା

ଶନିଙ୍କ ପ୍ରଭାବରେ ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କଲେ ମଧ୍ୟ ପୂର୍ଣ୍ଣମାତ୍ରାରେ ସଫଳତା ପାଇବେ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୧ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ବିଛା

ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛିଟା ପରିବର୍ତ୍ତନର ଆଶା କରାଯାଇପାରେ । ଏକାଦଶରେ ଅନ୍ୟ ଦୁଇଟି ଗ୍ରହ ସହ ରବି ଯୋଗୁ କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ଧନୁ

ଚନ୍ଦ୍ରଙ୍କ ଦ୍ୱାରା ସୃଷ୍ଟି ବିପରୀତ ରାଜ ଯୋଗ ପ୍ରଭାବରୁ ସମସ୍ୟା ଆସିଲେ ମଧ୍ୟ ତାହାର ସରଳ ସମାଧାନ କରିବାରେ ସମର୍ଥ ହେବେ । ରତ୍ପାନି ବାଣିଜ୍ୟ କ୍ଷେତ୍ରରେ, ଆଲୋଚନା ପରିସରରେ, ସଭାସମିତିରେ, ତର୍କ ଓ ବିବାଦରେ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୧ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ମକର

କର୍ମସ୍ଥାନରେ ଏକାଧିକଗ୍ରହ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ରହିଥିବାରୁ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସବୁ କାମ ଗୁଡିକ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ । ତଥାପି ଶ୍ରବଣା ନକ୍ଷତ୍ର କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି କେତେକାଂଶରେ ସଫଳତା ପାଇପାରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ଗୃହିଣୀ- ଧାର୍ମିକ ହେବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

କୁମ୍ଭ

ବୃହସ୍ପତିଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ଓ ସଫଳତା ମଧ୍ୟ ପାଇବେ । ନିଜ ନିଜର କିଛି ସ୍ୱାର୍ଥହାସଲ ପରିପ୍ରେକ୍ଷୀରେ ପାଖ ପଡୋଶୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି । ଜମିଜମା ବିବାଦରେ ଉପକୃତ ହେବେ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୩ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମୀନ

ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ସମସ୍ୟାଗୁଡିକୁ ସାମନା କରି କାର୍ଯ୍ୟ ସିଦ୍ଧି ଘଟାଇବେ । ବିବ୍ରତ ବୋଧ କରିପାରନ୍ତି । ଆରୋଗ୍ୟ ଲାଭ ସାଙ୍ଗକୁ ନୂତନ କର୍ମାରମ୍ଭ ସକାଶେ ଯୋଜନା ତିଆରି କରିପାରନ୍ତି । କାମଗୁଡିକ ସଂପନ୍ନ କରିବାରେ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

Leave a Reply

Your email address will not be published. Required fields are marked *