ଓକିଲ ଗଞ୍ଜି ପିନ୍ଧିଥିଲେ ତେଣୁ ମାମଲା ଶୁଣିଲେନି କୋର୍ଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓକିଲଙ୍କ ପୋଷାକ ଏବେ ମହକିଲଙ୍କ ପାଇଁ ମହଙ୍ଗା ହୋଇଛି। ଏଥିପାଇଁ ତାଙ୍କ ଜାମିନ‌ ଆବେଦନର ବିଚାର ମୁଲତବୀ କରାଯାଇ ତାରିଖ ୧୦ ଦିନରୁ ଅଧିକ ସମୟ ଘୁଞ୍ଚଯାଇଛି। ଘରୁ କୋର୍ଟ କାମ କରୁଥିବା ବେଳେ ଜଣେ ଓକିଲ କୋର୍ଟ ପାଇଁ ଉଦ୍ଦିଷ୍ଟ ପୋଷାକ ପିନ୍ଧି ନଥିବାରୁ ଏମିତି ଘଟଣା ଘଟିଛି। ଜଜ୍‌ଙ୍କ ଆଦେଶ ଅନୁସାରେ ଏହା ଆଡ୍‌ଭୋକେଟ୍‌ ଆଇନର ବିରୁଦ୍ଧାଚରଣ କରୁଛି।

ଘଟଣାଟି ଘଟିଛି ରାଜସ୍ଥାନରେ। ଜୟପୁରରେ ଥିବା ହାଇକୋର୍ଟଙ୍କ ବେଞ୍ଚରେ ଜଷ୍ଟିସ୍‌ ସଞ୍ଜୀବ ପ୍ରକାଶ ଶର୍ମା ଏହି ମାମଲାରେ ଓକିଲଙ୍କ ପୋଷାକ କୋର୍ଟଙ୍କ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି ଅନୁଭବ କରି ମାମଲାର ଶୁଣାଣିକୁ ମୁଲତବୀ କରିଛନ୍ତି। ୨୪ ତାରିଖର ଶୁଣାଣିକୁ ୫ମେ ୨୦୨୦କୁ ଘୁଞ୍ଚାଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗୁର୍ଜର ସମ୍ପ୍ରଦାୟର ଶ୍ୟୋଜିରାମଙ୍କ ପୁଅ ଲଲାରାମ ବନାମ୍‌ ରାଜସ୍ଥାନ ଅପରାଧିକ ମାମଲାକୁ ଶୁକ୍ରବାର ଶୁଣାଣି ହେବାର ଥିଲା। ଏହି ମାମଲାରେ ତାଙ୍କର ଜାମିନ ଆବେଦନ ବିଚାର ହେବାର ଥିଲା। କିନ୍ତୁ ବିଚାର ପାରମ୍ପରିକ କୋର୍ଟରୁମ୍‌ରେ ନହୋଇ ଭିଡିଓ କନ୍‌ଫରେନ୍ସିଂରେ ହେବାକୁ ସ୍ଥିର ହୋଇଥିଲା। ଲକ୍‌ଡାଉନ୍‌ ଚାଲିଥିବାରୁ ଅଭିଯୁକ୍ତଙ୍କ ଓକିଲ ରବୀନ୍ଦ୍ରକୁମାର ପାଲ୍‌ୱାଲ୍‌ ଘରେ ରହି ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇଥିଲେ। ହେଲେ ସେ କୋର୍ଟରୁମର ମର୍ଯ୍ୟାଦା ରକ୍ଷା କରି ଆବଶ୍ୟକ ଗାଉନ୍‌ ପିନ୍ଧି ନଥିଲେ। ଗଞ୍ଜି ପିନ୍ଧି ଜଜ୍‌ଙ୍କ ସାମ୍ନାକୁ ଅଭିଯୁକ୍ତଙ୍କ ସମ୍ପର୍କରେ ନିଜର ଯୁକ୍ତି ଦର୍ଶାଇଇବାକୁ ଆସିଥିଲେ। ଏହା କିନ୍ତୁ କୋର୍ଟ କୁ ଅବମାନନା ବୋଲି ହୃଦ୍‌ବୋଧ ହେଲା।

ଏ ସମ୍ବନ୍ଧରେ ଜଜ୍‌ କହିଲେ ଯେ, ଯେତେବେଳେ ଓକିଲଙ୍କ ଆଇନ କହୁଛି ଯେ, ଯେତେବେଳେ ମହକିଲଙ୍କ କେସ୍‌କୁ ଉପସ୍ଥାପନ କରିବେ ସେତେବେଳେ ଆବଶ୍ୟକ ୟୁନିଫର୍ମ ପିନ୍ଧିବେ। କିନ୍ତୁ ଏଠାରେ ଓକିଲ ତାହାକୁ ଭଙ୍ଗ କରିଛନ୍ତି। ଏଣୁ କୋର୍ଟକୁ ମୁଲତବୀ କରାଗଲା ବୋଲି  ଆଦେଶରେ ଉାଲ୍ଳେଖ କରିଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ

ମଦ ଦୋକାନ, ସାଲୋନ୍‌ କି ବିୟୁଟି ପାର୍ଲର ଖୋଲିବ ନାହିଁ; ରାଜ୍ୟରେ କ’ଣ ଖୋଲିବ…

ଶ୍ରୀମନ୍ଦିରରେ ହେବ ଅସ୍ଥାୟୀ ପୁଷ୍କରିଣୀ, ମଦନ -ମୋହନ ଚାପ ଖେଳିବେ

ରାହୁଲ ପୁଣି କଂଗ୍ରେସ ଅଧ୍ୟକ୍ଷ ହେବେ ! ପୁରୁଣା ନେତାମାନଙ୍କୁ ନାଲି ପତାକା

 

 

Leave a Reply

Your email address will not be published. Required fields are marked *