ଭାରତୀୟ ସେନାକୁ ମଲ୍ଟି ମୋଡ୍ ହ୍ୟାଣ୍ଡ୍ ଗ୍ରେନେଡ୍ ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO ଟର୍ମିନାଲ ବାଲାସ୍ଟିକ ରିସର୍ଚ୍ଚ ଲ୍ୟାବରଟରୀ ସହାୟତାରେ ଇକୋନୋମିକ ଏକ୍ସପ୍ଲୋସିଭ୍ ଲିମିଟେଡ୍ ଦ୍ୱାରା ପ୍ରଥମଥର ତିଆରି କରାଯାଇଥିବା ମଲ୍ଟି ମୋଡ଼ ହ୍ୟାଣ୍ଡ ଗ୍ରେନେଡ୍ ଭାରତୀୟ ସେନାକୁ ହସ୍ତାନ୍ତର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ସରକାରୀ ଏବଂ ବେସରକାରୀ କ୍ଷେତ୍ର ସହଭାଗୀତାର ଏକ ଉତ୍ତମ ଉଦାହରଣ ବୋଲି କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ କହିଛନ୍ତି ଯେ ‘ଯେକୌଣସି ଇଣ୍ଡଷ୍ଟ୍ରି ପାଇଁ ଭଲ ଭିତ୍ତିଭୂମି ହେଉଛି ପ୍ରଥମ ଏବଂ ମୁଖ୍ୟ ବିଷୟ। ଏହାକୁ ଦୃଷ୍ଟିରେ ରଖି ଆମେ ଉତ୍ତର ପ୍ରଦେଶ ଓ ତାମିଲନାଡୁରେ ଦୁଇଟି ଡିଫେନ୍ସ କରିଡର ସ୍ଥାପନା କରିଛୁ। ଏହି କରିଡର ଆଗାମୀ ଦିନରେ ଘରୋଇ ଆବଶ୍ୟକତା ପୂରଣ କରିବା ସହ ଭାରତକୁ ଏକ ରପ୍ତାନି ଦେଶ ଭାବେ ଦୁନିଆ ସାମ୍ନାକୁ ଆଣିବ। ମଲ୍ଟି ମୋଡ୍ ଗ୍ରେନେଡ୍ ଭଳି ଅର୍ଜୁନ ମାର୍କ-୧ ଓ ଅନମେଣ୍ଡ ସର୍ଫେସ ୱେକିଲ (ମାନବ ବିହୀନ ଯାନ) ଭଳି ଅନେକ ଉତ୍ପାଦ ରହିଛି ଯାହା ଆମ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ସ୍ବଦେଶୀ ଭାବେ ଉତ୍ପାଦନ କରୁଛି। ଏହା କେବଳ ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟ ପୂରଣ ପାଇଁ ସରକାର ଗ୍ରହଣ କରିଥିବା କିଛି ପଦକ୍ଷେପ। ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟ ହାସଲ ପାଇଁ ସରକାର କରିଥିବା ଏହି ପଦକ୍ଷେପ ଏବଂ ପ୍ରୟାସର ଏକ ଲମ୍ବା ତାଲିକା ଅଛି।

Leave a Reply

Your email address will not be published. Required fields are marked *