ରଜ ସବ୍ଦର ଉତ୍ପତ୍ତି, ରଜ କେତେଦିନ ପାଳନ କରାଯାଏ, ଏହାକୁ କେଉଁ ଶତାବ୍ଦୀରୁ ପାଳନ କରି ଆସୁଛେ ଆମେ…

ରଜସ୍‌’ ଶବ୍ଦରୁ ‘ରଜ’ର ସୃଷ୍ଟି ବୋଲି ବିଶ୍ଵାସ ରହିଛି। ଏହି ଶବ୍ଦର ଅର୍ଥ ରଜସ୍ୱଳା ବା ଋତୁମତୀ । ଆମର ପରମ୍ପରା ଓ ବିଶ୍ୱାସ ଅନୁଯାୟୀ ବସୁମତୀ ଏହା ତିନି ଦିନ ରଜସ୍ୱଳା ହୁଏ । ଏହା ପରେ ବଷର୍କ ପାଇଁ ସେ ହୁଏ ସୃଜନଶୀଳା । ତେଣୁ ଉକ୍ତ ତିନି ଦିନ ପାଇଁ କୃଷିକର୍ମ ବନ୍ଦ ରଖି ବସୁମାତା କୁ ବିଶ୍ରାମ ଦିଆଯାଏ । ଓଡିଶlର କେଉଁ ଆଦିମ କାଳରୁ ପାଳିତ ହୋଇଆସୁଥିବା ଏହି ତ୍ରୟ ଦିବସ ବ୍ୟାପୀ ରଜପବର୍ଟି ହେଉଛି ଏକ କୃଷିଭିତିକ ପର୍ବ । କାରଣ ପ୍ରାଚୀନ ଇତିହାସକୁ ସ୍ମରଣ କେଲ ଜଣାଯାଏ ସଭ୍ୟତାର ବିବତର୍ନ ଧରାର କୃଷି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଆସିଛି । ଏହି କୃଷିକୁ କେନ୍ଦ୍ରକରି ଗଢିଉଠିଛି ଗୋଷ୍ଠୀ ଜୀବନ ଓ ପରେ ଗୋଷ୍ଠୀକୁ କେନ୍ଦ୍ରକରି ଗଢିଉଠିଛି କେତେକ ପର୍ବପର୍ବାଣି, ଉତ୍ସବ, ମେହାତ୍ସବ ଇତ୍ୟାଦି । ଏହି ରଜପବର୍କୁ ଓଡିଶାର ଏକ ଜାତୀୟ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଜାତି, ଧର୍ମ, ବଣ୍ଣ ର୍ନିବିର୍ଶେଷେର ସମେସ୍ତ ଏହି ପର୍ବରେ ଭାଗେ ନଇ ଅପୂର୍ବ ଆନନ୍ଦ ମଧ୍ଯରେ ନିଜକୁ ହଜାଇ ଦେଇଥା’ନ୍ତି । କୃଷିକାରୀ ମାନବ ଏହି ଅବସରରେ ପାଳନ କରେ ନାନାଦି ଉତ୍ସବ ଓ ମୋହୋତ୍ସବ । ସାମାଜିକ ଜୀବନରେ ସେ ସ୍ୱୀକାର କରେ ଯେ ମାତା ବସୁନ୍ଧରାର ଆବାହନୀ ହିଁ ହେଉଛି କୃଷିଜୀବୀର ପରମ କତର୍ବ୍ୟ । ପୁନଶ୍ଚ କେଉଁ ଅନାଦି କାଳରୁ ଉତ୍କଳୀୟ ସଂସ୍କୃତିର ରଜପର୍ବ ବା ମୃତିକା ପୂଜା ଏକ ପ୍ରଧାନ ଉତ୍ସବ ଭାବରେ ପାଳିତ ହୋଇଆସୁଅଛି । ଜ୍ୟେଷ୍ଠ ମାସର ଶେଷ ଦିନ ଓ ଆଷାଢ ମାସରେ ପ୍ରଥମ ଦୁଇ ଦିନ, ଏହିଭଳି ମୋଟ ତିନି ଦିନ ଓଡିଶାର ଘେର ଘେର ରଜପବ ପାଳନ କରାଯାଏ । ପ୍ରଥମ ଦିବସକୁ ‘ପହିଲି ରଜ’, ଦ୍ୱିତୀୟ ଦିବସକୁ ‘ରଜ ସଂକ୍ରାନ୍ତି’ ଓ ତୃତୀୟ ଦିବସକୁ ‘ଭୂମିଦାହ’ ନାମରେ ନାମିତ କରାଯାଇଛି ।

ସଭ୍ୟତାର ପ୍ରଥମ ଉନ୍ମଷ ଘଟିଥିଲା ଏହି ମୃତିକା ବକ୍ଷରେ ଏବଂ ଏଇ ମୃତିକା ହିଁ ମହାନ୍ ମାନବ ସଭ୍ୟତା ଓ ସାମାଜିକ ଜୀବନର କରିଛି ପ୍ରାଣ ପ୍ରତିଷ୍ଠା । ମନୁଷ୍ୟର ଜୀବନଧାରଣ ନିମେନ୍ତ ବହୁ ପ୍ରକାର ବୈଜ୍ଞାନିକ ସାଧନ ଆବିସ୍କୃତ ହୋଇଥିଲେ ମଧ୍ୟ ଅନ୍ନ ମୁଠିକ ନିମେନ୍ତ ଯୁଗ ଯୁଗ ଧରି ମଣିଷ ମୃତିକା ଓ ମୈାସୁମୀ ଉପରେ ହିଁ ସଦାସବର୍ଦା ନିଭର୍ର କରିଆସିଛି । ତେଣୁ ଏହାକୁ ଲକ୍ଷ୍ୟକରି ଶ୍ରୀମଦ ଭଗବତ ଗୀତାରେ ବଣ୍ଣର୍ନା କରାଯାଇଛି –

“ଅନ୍ନାଭବନ୍ତି ଭୂତାନି  ପଜର୍ନ୍ୟାଦନ୍ନସମ୍ଭବଃ
ଯଜ୍ଞାଭବତି ପଜର୍ନ୍ୟୋଂ ଯଜ୍ଞଃ
କମର୍ସମୁଭବଃ” ।

ଅର୍ଥାତ୍ ଅନ୍ନ ହେଉଛି ଜୀବନଧାରଣର ଅବଲମ୍ବନ ବା ଉପାଦାନ । ଏହାର ସୃଷ୍ଟି ପଜର୍ନ୍ୟ ବା ମେଘରୁ , ପୁଣି ମେଘର ସୃଷ୍ଟି ଯଜ୍ଞରୁ ଓ ଯଜ୍ଞର ସୃଷ୍ଟି କମର୍ରୁ । ତେଣୁ ଆମ କୃଷିକୌନ୍ଦ୍ରିକ ସାମାଜିକ ଜୀବନରେ ଋତୁଚକ୍ରର ସାମ୍ବତ୍ସରିକ ପରିକ୍ରମଣ ଅନୁସାରେ ଏହିଭଳି ନାନା ପବର୍ପର୍ବାଣି ସୃଷ୍ଟି କରାଯାଇଛି ।

ମିଥୁନ ସଂକ୍ରାନ୍ତି ଦିନ ମୈାସୁମୀ ଏବଂ ମୃତିକାର ହୁଏ ମହାମିଳନ । ଘନ ମେଘମାଳା ଆକାଶ ପଥରେ ଭାସି ଭାସି ଆସି ଧରିତ୍ରୀ ବକ୍ଷରେ ଢାଳି ଦିଅନ୍ତି ଅଜସ୍ର ବାରିରାଶି । ନାରୀ ସଦୃଶା ଏଇ ମାତା ବସୁନ୍ଧରା ରାଜସ୍ୱରେ ହାଇ ପୂର୍ଣ୍ଣ ଉତ୍ପାଦିକା ଶକ୍ତି ଲାଭ କରେ । ଉତ୍କଳୀୟ ସଂସ୍କୃତିର ପ୍ରତୀକ ଏଇ ରଜପବର୍ର ପଶ୍ଚାତରେ କୈାଣସି ଦେବାଦେବୀଙ୍କ ପରିକଳ୍ପନା ନାହିଁ । ରଜପବର୍କୁ ସର୍ବାଧିକ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିବା ନିମେନ୍ତ ପ୍ରତ୍ୟକ ପରିବାରରେ ପ୍ରାୟ ମାସକ ପୂବର୍ରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ସେଥିପାଇଁ ପହିଲି ରଜର ପୂର୍ବ ଦିନଟି ‘ସଜବାଜ’ ନାମରେ କଥିତ । ନିଜ ନିଜର କମର୍ଜଂଜାଳରୁ ଅବସର ନେଇ ଲୋକମାନେ କ୍ରିଡା କୈାତୁକ,ଆମଦ ପ୍ରମୋଦ ଓ ଆଳାପ ଆଲୋଚନା ମଧ୍ୟରେ ଦିନ ୩ଟି କୁ ଅତିବାହିତ କରନ୍ତି । ନାଚ, ଗୀତ, ତା’ସ, ପଶା ଓ ବାଗୁଡି ଖେଳ ଇତ୍ୟାଦି ହେଉଛି ଏହି ପବର୍ର ବିସେଷ ଆକଷର୍ଣ । ପହିଲି ରଜର ପୋଡପିଠା ଉକ୍ତ ପବର୍ର ଏକ ପାରମ୍ପରିକ ବିଧି । ପହିଲି ରଜର ପ୍ରତ୍ୟୁଷରୁ ଏହି ପିଠାକୁ କାଟି ଖିଆଯାଏ ଏବଂ ପ୍ରିୟ ପରିଜନ ଓ ପ୍ରତିବେଶୀଙ୍କ ମଧ୍ୟରେ ବଂଟାଯାଏ। କୁମାରୀମାନଙ୍କ ନିମେନ୍ତ ଉକ୍ତ ପର୍ବରେ ଏକ ବିସେଷ ଆକଷର୍ଣ ହେଉଛି ଦୋଳି । ଗ୍ରାମ ଉପାନ୍ତରେ ଆମ୍ବତଟୋର, ମନ୍ଦିର ପ୍ରାଙ୍ଗଣରେ ଅଥବା ନିଜ ଗୃହର ପଶ୍ଚାତ୍‌ଭାଗ ବାଡିପଟରେ ବୃକ୍ଷ ଡାଳରେ ଦୋଳିମାନ ଝୁଲାଇଦିଆଯାଏ । ଦୋଳି ସହିତ ସେମାନଙ୍କ ସୁଲଳିତ ସଂଗୀତର ମୂଛର୍ନା ଗ୍ରାମ୍ୟ ପରିବେଶକୁ ମଧୁମେୟ କରେ । କିଛି କିଛି ସ୍ଥାନରେ ଦୋଳି ଖେଳର ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୁଏ । ରଜଦୋଳି ଉଦେଶ୍ୟରେ ରଚିତ ଗୀତଗୁଡିକ ଓଡିଶୀ ସଂସ୍କୃତିର ପରିଚୟ ପ୍ରଦାନ କରିଥାଏ।

“ବନେସ୍ତ ଡାକିଲା ଗଜ,
ବରସକେ ଥରେ ଆସିଛି ରଜ,
ଆସିଛି ରଜଲୋ , ଘେନି ନୂଆ ସଜବାଜ ବଉଳେଲା ଘେନି ନୂଆ ସଜବାଜ ” ।

ପହିଲି ରଜ ପ୍ରତ୍ୟୁଷରୁ ସ୍ତ୍ରୀ ଓ ବାଳିକାମୋନ ସେମାନଙ୍କର ସ୍ନାନାଦି ନିତ୍ୟକର୍ମ ଶେଷ କରି ବିଭିନ୍ନ ରଙ୍ଗରେ ବଶଭୂଷୋର ସୁଜ୍ଜିତ ହୁଅନ୍ତି । କୁମାରୀମାନେ ନବବସ୍ତ୍ର ପରିଧାନ କରି ମୁଣ୍ଡେରେ ତିଳକ ଲଗାଇ ପୋଡପିଠା ଖାଇବାର ଆନନ୍ଦ ମଧ୍ୟରେ ରଜପବର୍ର ଆବାହନୀ କରନ୍ତି । ଏହି ପର୍ବରେ ସେମାନଙ୍କର ପାଦ ଭୂମିସ୍ପର୍ଶ ନ କରିବାର ବିଧି ବହୁକାଳରୁ ପ୍ରଚଳିତ । ସେଥିପାଇଁ ପୂର୍ବ କୁମାରୀ ମାନେ ଗୁଆଗଛର ବଳ୍କଳକୁ ପାଦୁକା ସଦୃଶ କାଟି ବ୍ୟବହାର କରୁଥିଲେ । ସଂପ୍ରତି ବଳ୍କଳ ସ୍ଥାନରେ ଆଧୁନିକ ଢଙ୍ଗରେ ନିମିର୍ତ ଚପଲମାନ ବ୍ୟବହୃତ ହେଉଛି । ପିଠାପଣା, କ୍ରୀଡା କୌତୁକ, ତାମ୍ବୁଳ ବଂଟନ ଓ ଆନନ୍ଦ ଉଲ୍ଲାସର ବିପୁଳ ଆୟୋଜନ ମଧ୍ୟରେ ପ୍ରଥମ ଦୁଇ ଦିନ ଅତିବାହିତ ହୁଏ । ତୃତୀୟ ଦିବସଟି ଭୂମିଦାହ ନାମରେ କଥିତ ହେଉଥିବାରୁ ସେଦିନ ଭୂମିକୁ ପୂର୍ଣ୍ଣ ବିଶ୍ରାମ ଦିଆଯାଏ। ଅର୍ଥାତ୍ ଭୂଇରେ କ୍ଷତ ବା ଆଘାତ ହେବାଭଳି କୈାଣସି କାର୍ଯ୍ୟ କରାଯାଏ ନାହିଁ । ରଜ ଉତ୍ସବର ଚତୁର୍ଥ ଦିବସର ପ୍ରତ୍ୟୁଷରେ ପ୍ରତ୍ୟକ ଗୃହସ୍ଥ ଅଗନାରେ କାଷ୍ଠ ଆସନ ଉପରେ କୃଷିକାର୍ଯ୍ୟର ଏକ ପ୍ରଧାନ ଉପକରଣ ଲଙ୍ଗଳ, ଲୁହା ସହିତ ଶିଳପୁଆ ଓ ନାରିକେଳକୁ ଏକତ୍ର ସ୍ଥାପନ କରି କୃଷକ ଗୃହିଣୀ ହଳଦୀ ପାଣିରେ ସ୍ନାନ କରାଇଦିଏ । ଏହାକୁ‘ଧରାସ୍ନାନ’ ବା ‘ବସୁମତୀ ଗାଧୁଆ’ କୁହାଯାଏ । ଉତ୍ସବର ଉଦ୍‌ଜାପନ ସଙ୍ଗେ ସଙ୍ଗେ ବସୁମତୀର ବରପୁତ୍ର କୃଷକ ନିଜର ଆମଦ ଓ ଆଳସ୍ୟକୁ ପରିତ୍ୟାଗ କରି ନୂତନ କର୍ମ ପ୍ରେରଣା ନେଇ ସ୍ୱକମର୍ରେ ପୁଣି ଅଗ୍ରସର ହୁଏ । ଆଷାଢ ଆକାଶରୁ ଝର ଝର ହୋଇ ଝରିଆସେ ଭଗବାନ୍‌ଙ୍କର ଅସୀମ କରୁଣାର ଧାରା । ମାଟିର ବୁକୁ ଫଟାଇ ନୂତନ ଅଙ୍କୁରର ଉନ୍ମଷ ଘଟେ । ଧରଣୀମାତା ନୂତନ ସୃଜନୀର ଆନନ୍ଦରେ ପୁଣି ଅଭିଭୂତ ହୋଇଉଠେ। ରଜପର୍ବ ମୁଖ୍ୟତଃ ଏକ ବିଶ୍ରାମ ଏବଂ ଆମଦର ପର୍ବ । ପୁରୁଷମାନେ ଯେପରି କୃଷି କମର୍ରୁ ବିଶ୍ରାମ ନିଅନ୍ତି ଘରର ଝିଅ, ବହୁମାନେ ସେଇଭଳି ଗୃହ ପାଇଟିରୁ ଅବସର ନିଅନ୍ତି । ଧାନକୁଟା, ମସଲାବଟା, ବିରି ରଗଡା ଇତ୍ୟାଦି କାର୍ଯ୍ୟ ଏହି ପବର୍ରେ ନିଷିଦ୍ଧ। ଏପରିକି ସ୍ତ୍ରୀ ଲୋକମୋନ ଛୁଂଚି ସୂତାର ସିଲେଇ କାର୍ଯ୍ୟ ମଧ୍ୟ କରନ୍ତି ନାହିଁ । ରଜ ପର୍ବରେ ପୋଡପିଠା ହେଉଛି ଉତ୍‌କଳୀୟ ସଂସ୍କୃତିର ଏକ ଅଂଶ ।

ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନିକଟରେ ପ୍ରତ୍ୟହ ପୋଡପିଠା ଲାଗୀହବାର ପରମ୍ପରା ବହୁଦିନରୁ ପ୍ରଚଳିତ । ସମ୍ଭବତଃ ଉକ୍ତ ପରଂପରା ରଜ ପୋଡପିଠାର ପ୍ରତିଫଳିତ । ଆଧୁନିକତାର ପ୍ରଭାବରେ ମନୁଷ୍ୟର ରୁଚି ଓ ରୀତୀରେ ବହୁ ପରିବତର୍ନ ଘଟିଛି । ଜନନୀ ବସୁନ୍ଧରା ସହିତ ମନୁଷ୍ୟ ଶିଶୁର ଯୁଗ ଯୁଗର ଆତ୍ମୀୟତା ଏବେ ଖଣ୍ଡିତ ହୋଇଛି । କୃଷି ଓ କୃଷକ ଉଭୟଙ୍କର ଭାଗ୍ୟ ହୋଇଛି ବିଡମ୍ବିତ । ପରିବେଶ କ୍ଷୟ ଯୋଗୁଁ ମୈାସୁମୀର ସ୍ୱାଭାବିକ ପ୍ରଭାବ ହୋଇଛି ବିଘ୍ନିତ । ମୃତିକାର ମହନୀୟତାକୁ ଉପଲବ୍ଧି କରି ତା’ର ପରିଚର୍ଯ୍ୟlରେ ନିଜକୁ ନିୟୋଜିତ କରିବା ନିମନ୍ତେ ଯେଉଁ ସମସ୍ତ ସାମାଜିକ ବ୍ୟାଧି ବ୍ୟବସ୍ଥା ଥିଲା, ଆଧୁନିକ ମନୁଷ୍ୟ ଦୃଷ୍ଟିରେ ସେସବୁ େଏବ କୁସଂସ୍କାର ବା ଅନ୍ଧବିଶ୍ୱାସ ଭାବରେ ବିବେଚିତ ହେଲାଣି । ଆଜି ଆଉ ବିଂଶ ଶତାବ୍ଧୀର ଶିକ୍ଷିତା ନାରୀ ଆଦ୍ୟ ଆଷାଢର ଶୁଭ ତୃତୀୟ ଦିବସର ପ୍ରତ୍ୟୁଷରୁ ଉଠି ଘର ଅଗଣାରେ ଲଙ୍ଗଳ ଲୁହା ଓ ଶିଳପୁଆଟିଏ ସ୍ଥାପନ କରି ଶୁଦ୍ଧ ହୃଦୟରେ ତାହାକୁ ହଳଦୀ ପାଣିରେ ସ୍ଥାନ କରାଇବାକୁ ଆଗ୍ରହ ପ୍ରକାଶ କରୁନାହିଁ ।

ଲଙ୍ଗଳ ଲୁହା ଆଜି ଆଉ କୃଷକ ପରିବାରରେ ସୁଲଭ ନୁହଁ । କାରଣ ଲଙ୍ଗଳର ସ୍ଥାନ ଟ୍ରାକ୍ଟର ଗ୍ରହଣ କଲାଣି । ଆଜି କୃଷି ହୋଇଛି ହେୟ, ମୃତିକା ହୋଇଛି ଅବେହଳିତ,ଆଧୁନିକତାର ପ୍ରଭାବରେ ମନୁଷ୍ୟ ହୋଇଛି ଉଦ୍ଧର୍ମୂଖ । ତେଣୁ ଆମ ବିଚାରେର ଯନ୍ତ୍ର ସଭ୍ୟତାର ଅନୁଗାମୀ ମାନବ ମୃତିକା ଓ ମୌସୁମୀର ଆଦର କରି ନ ଶିଖେିଲ, ତାହାର ମହତ୍ୱକୁ ଉପଲବ୍ଧି ନ କଲେ , ସଭ୍ୟତାର ଧ୍ୱଂସ ସୁନିଶ୍ଚିତ କହିଲେ ଅତ୍ୟୁକ୍ତି ହେବ ନାଁହି ।

Leave a Reply

Your email address will not be published. Required fields are marked *