ଓଡିଶା ଦିବସରୁ ଓଡ଼ିଆ ଲିପିରେ ଟ୍ରେନ ଟିକେଟ

ଇଂରାଜୀ ଓ ହିନ୍ଦୀ ଲିପି ବ୍ୟତୀତ ରେଳବାଇ ଓଡ଼ିଆ ଲିପିରେ ଟ୍ରେନ ଟିକେଟ ପ୍ରଚଳନ କରିବ

ଇଂରାଜୀ ଓ ହିନ୍ଦୀ ଲିପି ବ୍ୟତୀତ ଓଡ଼ିଆ ସହିତ ଅନ୍ୟାନ ଆଞ୍ଚଳିକ ଭାଷା ବା ଲିପିରେ ଟ୍ରେନ ଟିକେଟ ଉପଲବ୍ଧ କରାଇବାପାଇଁ ରେଳବାଇ ପକ୍ଷରୁ ସ୍ଥିରକରାଯାଇଥିଲା। ଏଥିପାଇଁ, ଭାରତୀୟ ରେଳବାଇ ଏହାର ସମସ୍ତ ଷ୍ଟେସନକୁ ଓଡ଼ିଆ ଲିପିରେ ଉପଲବ୍ଧ କରାଇବାକୁ ପ୍ରଣାଳୀ ଶେଷ କରିଛି। ଓଡିଶା ମଧ୍ୟରେ ଥିବା ପୂର୍ବତଟ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ସମସ୍ତ ୩୧୭ ଷ୍ଟେସନରୁ ଓଡ଼ିଆ ଲିପିରେ ଟ୍ରେନ ଟିକେଟ ବ୍ୟବସ୍ଥା କରିବାକୁ ଯାଉଅଛି।

କ୍ରିସ ଦ୍ୱାରା ବୈଷୟିକ ସହାୟତା ସହିତ ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦେଶର ୮ ହଜାର ରୁ ଉର୍ଦ୍ଧ ରେଳଷ୍ଟେସନ ନାମକୁ  ଓଡ଼ିଆ ଲିପି ସହିତ ସଂଯୋଗ କରିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଷ୍ଟେସନ ଗୁଡିକର ଭାଷାଗତ ଉଚ୍ଚାରଣକୁ ଦୃଷ୍ଟିରେ ରଖି ପ୍ରାନ୍ତୀୟ ରେଳ ଷ୍ଟେସନ ଗୁଡିକର ଓଡ଼ିଆ ଲିପିରେ ନାମକରଣ କରାଯାଇଅଛି। ଓଡିଶା ରାଜ୍ୟ ମଧ୍ୟରେ ଥିବା ରେଳ ଷ୍ଟେସନ ଗୁଡିକ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ ଟିକେଟ ପାଇଁ ପ୍ରଥମେ ଏହାକୁ ଉପଲବ୍ଧ କରାଯାଉ ଅଛି।

ଏଣୁ, ବହୁ ଓଡ଼ିଆ ଟ୍ରେନ ଯାତ୍ରୀ ଯେଉଁ ମାନେ ଇଂରାଜୀ କିମ୍ବା ହିନ୍ଦୀ ଲିପିରେ ଥିବା ଟ୍ରେନ ଟିକେଟ ପଢିବାକୁ ସକ୍ଷମ ନୁହନ୍ତି ଏବଂ ଯେଉଁମାନେ ସେମାନଙ୍କର ଉତ୍ପତି ଓ ଗନ୍ତବ୍ୟ ଷ୍ଟେସନ ସହିତ କେଉଁ ଶ୍ରେଣୀ ରେ ଯାତ୍ରା କରୁଛନ୍ତି ତାକୁ ଟ୍ରେନ ଟିକେଟ ରେ ଜାଣିବା ପାଇଁ ଏହି ଓଡ଼ିଆ ଲିପି ସେମାନଙ୍କୁ ବହୁତ ସହାୟକ ହୋଇପାରିବ।

ଡିଜିଟାଲ ଭାରତ ରେ ଭାରତୀୟ ରେଳବାଇ ଦେଶର ସର୍ବ ବୃହତ ସେବା ପ୍ରଦାନକାରୀ ସଂସ୍ଥା ଆଞ୍ଚଳିକ ଭାଷା ଓ ଲିପି ମାଧ୍ୟମରେ ଟ୍ରେନ ଟିକେଟ ରେ ସୂଚନା ଦେବାକୁ ଯାଉଅଛି ଯାହାକି ଏହା ଏକ ଲୋକ ମାନଙ୍କର ଭାଷା ବା ଲିପି ଅଟେ। ଓଡ଼ିଆ ଲିପିରେ ଟ୍ରେନ ଟିକେଟ ପ୍ରଚଳନକୁ ଆସନ୍ତା ଏପ୍ରିଲ ମାସ ପହିଲା (ଓଡିଶା ଦିବସ) ଠାରୁ ଲାଗୁ କରିବାକୁ ରେଳବାଇ ପକ୍ଷରୁ ସ୍ଥିର କରାଯାଇଅଛି।

Leave a Reply

Your email address will not be published. Required fields are marked *