ଦିଲ୍ଲୀରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ମେଣ୍ଟ ସପକ୍ଷରେ ଟ୍ଵିଟ୍‌ କଲେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସହ ମେଣ୍ଟ ଗଢ଼ିବା ନେଇ ୟୁଟର୍ଣ୍ଣ ନେଇଛନ୍ତି। କଂଗ୍ରେସ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ୍‌ ଗଢ଼ିବ ନାହିଁ ବୋଲି ପୂର୍ବରୁ ପ୍ରକାଶ ପାଇଥିଲେ ବି ରାହୁଲ କିନ୍ତୁ ଭିନ୍ନ ଇଙ୍ଗିତ ଦେଇଛନ୍ତି। ରାହୁଲ ସୋମବାର ଏକ ଟ୍ଵିଟ୍‌ କରି ଜଣାଇଛନ୍ତି ଯେ ବିଜେପି ବିରୋଧରେ ଦିଲ୍ଳୀରେ ଆପ୍‌ କଂଗ୍ରେସ ମେଣ୍ଟ ଗଠନ କରିବା ପାଇଁ ସେ ଇଚ୍ଛୁକ।

ଆପ୍‌ର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କୁ ରାହୁଲ ଟ୍ଵିଟ୍‌ କରି ଲେଖିଛନ୍ତି ଯେ, ଦିଲ୍ଳୀରେ ଆପ୍‌-କଂଗ୍ରେସ ମେଣ୍ଟମାନେ ବିଜେପିର ମୂଳ ପୋଛ କରିବା। କଂଗ୍ରେସ ଆପ୍‌କୁ ଦିଲ୍ଲୀର ୪ଟି ସିଟ୍‌ ଦେବା ପାଇଁ ପ୍ରସ୍ତୁତ। ମାତ୍ର କେଜ୍ରିଓ୍ଵାଲ୍‌ ପୁଣି ଏକ ୟୁଟର୍ଣ୍ଣ ନେଇଛନ୍ତି। ଆମ ଦୁଆର ଏବେ ବି ଖୋଲା ଅଛି। ହେଲେ ସମୟ ଚାଲି ଯାଉଛି।

ରାହୁଲଙ୍କ ଟ୍ଵିଟ୍‌ର ଉତ୍ତର ଦେଇ କେଜ୍ରିଓ୍ଵାଲ୍‌ ଲେଖିଛନ୍ତି, ଏପର୍ଯ୍ୟନ୍ତ କଥା ଚାଲୁ ରହିଛି ମାନେ କୌଣସି ୟୁଟର୍ଣ୍ଣ ହୋଇନାହିଁ। ଆପଣଙ୍କ କମେଣ୍ଟ ପ୍ରକାଶ କରୁଛି ଯେ ଆପଣ ମେଣ୍ଟ ପାଇଁ ଆଗ୍ରହୀ ନୁହଁନ୍ତି। କେଜ୍ରିଓ୍ଵାଲ ଆହୁରି ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ମୁଖ୍ୟ ଉତ୍ତରପ୍ରଦେଶରେ ବିଜେପିକୁ ଜିତିବା ପାଇଁ ସାହାଯ୍ୟ କରୁଛନ୍ତି। ରବିବାର ଦିନ କେଜ୍ରିଓ୍ଵାଲ୍‌ କହିଥିଲେ କି ସେ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ କବଳରୁ ଦେଶକୁ ରକ୍ଷା କରିବେ।

Leave a Reply

Your email address will not be published. Required fields are marked *