ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ
ଭୁବନେଶ୍ବର, (ଓଡିଶା ଟାଇମ୍) : ପ୍ରସିଦ୍ଧ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି। ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଓଡ଼ିଆ ମଞ୍ଚ, ଧାରାବାହିକ ଓ ଫିଲ୍ମରେ ଅଭିନୟ କରି ରବି ମିଶ୍ର ବେଶ ଲୋକପ୍ରିୟତା ହାସଲ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ଟେଲି ଧାରାବାହିକ ‘ଗୋପାଳ ରହସ୍ୟ’ ପାଇଁ ସେ ଘରେ ଘରେ ପରିଚିତ ଥିଲେ। ‘ଗୋପାଳ ରହସ୍ୟ’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅନେକ ଚଳଚିତ୍ରରେ ମଧ୍ୟ ସେ ଅଭିନୟ କରି ନିଜର ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି।