ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ: ସରକାରଙ୍କ ଆଶ୍ବାସନା ଉପରେ ଶଙ୍କା
ଭୁବନେଶ୍ବର: ଆତଙ୍କବାଦୀ ଆକ୍ରମଣ ଆଶଙ୍କାରୁ ପୁରୀ ଓ ଶ୍ରୀମନ୍ଦିରକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଚାଲିଥିବା ପୁରୀର ମଠ, ଐତିହ୍ୟ ଅନୁଷ୍ଠାନ ଭଙ୍ଗାରୁଜା ପ୍ରସଙ୍ଗକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନନ୍ଦ ସରସ୍ବତୀ। ସରକାରଙ୍କ ଆଶ୍ବାସନା ଓ କ୍ଷତିପୂରଣ ଭରଣା ନୀତି ବିଶ୍ବାସଭାଜନ ନୁହେଁ ବୋଲି ବି କହିଛନ୍ତି। ଅନେକ ଦିନ ମୌନ ରହିବା ପରେ ଏକ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରକ୍ଷା କରିବାକୁ ଯାଇ ପୂର୍ବରୁ ସରକାର କିପରି ଶଙ୍କରାଚାର୍ଯ୍ୟ ଓ ଏହି ଅନୁଷ୍ଠାନକୁ ଅପମାନିତ କରିଛନ୍ତି ତାହାକୁ ସେ ବଣ୍ଣନା କରିଛନ୍ତି।
ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ
ମଠମନ୍ଦିର ଭଙ୍ଗାରୁଜା କରାଯିବାଘଟଣାରେ ଶ୍ରୀ ସରସ୍ବତୀ କହିଛନ୍ତି, କିଛି ମଠାଧୀଶ ତାଙ୍କ ପାଖକୁ ପରାମର୍ଶ ପାଇଁ ଆସିଥିଲେ। କିନ୍ତୁ ସମସ୍ତ ମଠାଧୀଶ ଏ ବାବଦରେ ,କାଠି ହୋି ନାହାନ୍ତି ବା ଆଲୋଚନା କରି ନାହାନ୍ତି। ଏବେ ସରକାର ଧର୍ମ ନିରପେକ୍ଷ ଶାସନ ନାଁରେ ଧାର୍ମିକ ଓ ଆଧ୍ୟାତ୍ମିକ ଶାସନ ତନ୍ତ୍ରକୁ ଉପେକ୍ଷା କରାଯାଉଛି। ବାସ୍ତବ କଥା ଏହାଯେ, ଯୋଗୀ, ଋଷୀ ତଥା ସାଧୁମାନଙ୍କ ତପସ୍ଥଳୀକୁ ସରକାର ଏବେ ପର୍ଯ୍ୟଟନସ୍ଥଳ ଭାବେ ପରିଣତ କରିବାକୁ ଯାଉଛନ୍ତି। ଏହାକୁ ବିକାଶର ନାଁ ଦିଆଯାଉଛି। ପୁରୀକୁ ଭବ୍ୟ କରିବା ବାହାନାରେ ସରକାର ନିଜର କୋଠାବାଡ଼ିକୁ ବି ଭାଙ୍ଗିଛନ୍ତି। ଏହାଦ୍ବାରା ସରକାରୀ ପ୍ରତିବଦ୍ଧତାକୁ ପ୍ରଶାସନିକ କଳ ଦେଖାଇବାକୁ ଚାହିଁଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ବି ଆଶ୍ବାସନା ଦେଇଛନ୍ତି ଯେ, ପୁରୀକୁ ଭବ୍ୟ ସହର କରିବା ଲାଗି ଏହି ପଦକ୍ଷେପ ଜରୁରୀ ଏବଂ କିଛି ଲୋକ ଏହାଦ୍ବାରା କ୍ଷତିଗ୍ରସ୍ତ ହେବେ। ସମସ୍ତଙ୍କୁ କ୍ଷତିପୂରଣ ବି ଦିଆଯିବ। କିନ୍ତୁ ଏଠି ପ୍ରଶ୍ନ ଯେ ଏହି କ୍ଷତିପୂରଣ କେବେ ମିଳିବ?
ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ଫଳୁନି
ଶଙ୍କରାଚାର୍ଯ୍ୟ ମଠ ଏବଂ ଶଙ୍କରାଚାର୍ଯ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଯେଉଁ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମଗବାନ ୨୫୦୩ ବର୍ଷ ପୂର୍ବେ ୧୪୪ ବର୍ଷ ହେଲା ଉହ୍ୟ ରହିଥିବା ତ୍ରିମୂର୍ତ୍ତିଙ୍କ ପୁଣିଥରେ ପୂଜାର୍ଚ୍ଚନା କରିଥିଲେ, ଏଠାରେ ସ୍ବୟଂ ସମ୍ବିଧାନ ତିଆରି କରି ଜଗନ୍ନାଥ ମନ୍ଦିରର ପରିଚାଳନା କରିଥିଲେ ଆଜି ସେହି ମଠର ମନ୍ଦିର ପରିଚାଳନା ଓ ରୀତି ନୀତି ପରିଚାଳନାରେ କୌଣସି ଭୂମିକା ରଖାଯାଇ ନାହିଁ। ଏହାଠୁବଳି ଅପମାନର କଥା ଆଉ କ’ଣ ହୋଇପାରେ। ଖାଲି ଯସତିକି ନୁହେଁ, ଶଙ୍କରାଚାର୍ଯ୍ୟ କିଛିର୍ବ ପୂର୍ବେ ରଥଯାତ୍ରାର ପରିଚାଳନା ପାଇଁ ଅନେକ ବିଚାର ବିମର୍ଶ ପରେ ଯେଉଁ ପରାମର୍ଶ ଦେଇଥିଲେ ତାହାର ଓଲଟା ପରିଣାମ ତଥା ଦଣ୍ଡ ଭୋଗିବାକୁ ପଡ଼ିଥିଲା। ଏପରିକି ଶଙ୍କରାଚାର୍ଯ୍ୟଙ୍କୁ ରଥ ଉପରେ ଚଢ଼ିବାର କୌଣସି ବିଧି ନାହିଁ ବୋଲି କୁହାଯାଇ ତାଙ୍କୁ ବାରଣ କରାଯାଇଥିଲା। ଏହାବାଦ୍ ଶଙ୍କରାଚାର୍ଯ୍ୟ ମଠର ସାଢ଼େ ଚାରି ଏକର ଜମିକୁ ପ୍ରଶାସନ ଅପହରଣ କରି ନେଲେ। ଏ ବାବଦରେ ବି ମୁଖ୍ୟମନ୍ତ୍ରୀ ମଠକୁ ଆଶ୍ବାସନା ଦେଇଥିଲେ ଯେ, ଜମି ଫେରାଇ ଦିଆଯିବ। ଆଜି ମଠ ପାଖରେ ଏକ ମିଟର ବି ଜାଗା ନାହିଁ। ଏ ଭିତରେ ଅଢ଼େଇ ବର୍ଷ ବିତି ଗଲାଣି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଶଙ୍ବାସନା ବାସ୍ତବ ହୋଇ ନାହିଁ।
ଏହିକ୍ରମରେ ମଠ ଓ ମନ୍ଦିର ତଥା ଭଙ୍ଗାଯାଉଥିବା ଅନୁଷ୍ଠାନଗୁଡ଼ିକୁ କ୍ଷତିପୂରଣ ମିଳିବ ବୋଲି ଯେଉଁ ଆଶ୍ବାସନା ଦିଆଯାଛି ତାହା କେବେ ହେବ କିଏ କହିବ? ଯେଉଁ ଶ୍ରୀ ଜଗନ୍ନାଥ ଓ ଦେବୀ ବିମଳା ହେଉଛନ୍ତି ମଠର ଅଧିଷ୍ଠାତ୍ରୀ ଦେବ ଦେବୀ ସେଠାରେ ତାଙ୍କ ରୀତି ନୀତିରୁ ମଠକୁ ବାଦ୍ ଦିଆଯାଉଛି ସେଠାରେ କିପରି ଭାବେ ଆମେ ଆଶ୍ବାସନା ଉପରେ ଆସ୍ଥା ପ୍ରକଟ କରିବା ବୋଲି ସେ ପ୍ରଶ୍ନ କରିଛନ୍ତି।
ପୁରୀ ଲୋକ କେଉଁଠି ଶୋଇଛନ୍ତି
ଶଙ୍କରାଚାର୍ଯ୍ୟଙ୍କ ଉପରେ ଆକ୍ରମଣ ହେଉଥିବାବେଳେ ପୁରୀଲୋକ କେଉଁଠି ଶୋଇଥିଲେ? ଆଜି ଭବ୍ୟ ସହର ନିର୍ମାଣ ବେଳେ ଏପରି ମଠ ମନ୍ଦିର ଭଙ୍ଗାଯାଉଥିବା ବେଳେ ଶଙ୍କରାଚାର୍ଯ୍ୟ ମୌନ କାହିଁକି ବୋଲି କ’ଣ ପାଇଁ ପଚାରୁଛନ୍ତି? ପୁରୀ ନିବାସୀ ଭଲ ଭାବେ ବୁଝନ୍ତୁ ଯେ ମୁଁ ମୌନ ନୁହେଁ।
ଶାସନତନ୍ତ୍ରର ଭ୍ରମ
ଧର୍ମ ନିରନପକ୍ଷ ଶାସନ ତନ୍ତ୍ର ଧାର୍ମିକ ଓ ଆଧ୍ୟାତ୍ମିକ ବିଷୟକ ଉପେକ୍ଷା କରିଥାଏ। ଏହାକୁ ଚଳାଇବା କଠିନ ପଡ଼ିଥା,। ଯଦି ଧର୍ମ ନିରପେକ୍ଷ ଶାସନ ତନ୍ତ୍ର ଧାର୍ମିକ ଆଧ୍ୟାତ୍ମିକ ବିଷୟକୁ ଗ୍ରହଣ କରୁଛି ତ ନିରପେକ୍ଷ ରହିପରରିବ ନାହିଁ। ଆମଭଳି ଆଧ୍ୟାତ୍ମିକ ବ୍ୟକ୍ତିଙ୍କଠୁ ପରାମର୍ଶ ନେଇପାରିବେ ନାର୍ହି। ଏହା ସେମାନଙ୍କ ଭ୍ରମ ରହିଛି। ଏହା ଭ୍ରମ ଯେ, ଶାସନ ତନ୍ତ୍ର ଯାହା ପଦକ୍ଷେପ ନେଉଛନ୍ତି ତେବେ ତାହା ଶଙ୍କରାଚାର୍ଯ୍ୟଙ୍କ କାହିଁକି ନେବେ?
ରଥ ଉପରେ ଚଢ଼ିବା
ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ ନେଇ ଅନେକ ଆଲୋଚନା ଥିଲା। ମୁଁ ବିହାର, ଉତ୍ତର ପ୍ରଦେଶ, ଆନ୍ଦ୍ୟର ପଣ୍ଡିତ, ନିଯୋଗ, ହାଇକୋର୍ଟ ଓ ପୁରୀର ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ଗହଣରେ ୩ ଚାରି ମାସ ପରେ ବିଚାର ପରାମର୍ଶ କରି ନିଜର ପ୍ରତିକ୍ରିୟା ରଖିଥିଲି। କିନ୍ତୁ ମୋତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପତ୍ର ଆସି ପହଞ୍ଚିଲା ଯେ, ଶଙ୍କରାଚାର୍ଯ୍ୟଙ୍କ ରଥ ଉପରେ ଚଢ଼ିବାର ଅଧିକାର ନାହିଁ। ଯଦି ଆସିବାର ଅଛି ତେବେ ଏକୁଟିଆ ଆସନ୍ତୁ। ମୋତେ ଦଣ୍ଡ ଦିଆଗଲା। ମୁଁ ଉଚିତ ମଣିଲି ଯେ ରଥ ଉପରକୁ ଯିବି ନାହିଁ। ସେତେବେଳେ କେହି ଏହି ଆଦେଶ ବିରୋଧରେ ସ୍ବର ଉତ୍ତୋଳନ କରିଲେ ନାହିଁ। ଯେତେବେଳେ ଅନେକ ଛାନଭିନ ପରେ ମୁଁ ଯେତେବେଳେ ନିଣ୍ଣୟ ଦେଲି ସେତେବେଳେ କିଛି ହେଲା ନାହିଁ। ଶାସନ ତନ୍ତ୍ର ମୋତେ ଦଣ୍ଡ ଦେବା ପାଇଁ ଷଡ଼ଯନ୍ତ୍ର ଚଳାଇଲେ।