ଦ୍ୱିତୀୟ ବିବାହ କଲେ ପୂଜା ବାତ୍ରା
ଅନିଲ କପୁରଙ୍କ ଅଭିନୀତ ‘ବିରାସତ୍’ର ନାୟିକା ପୂଜା ବାତ୍ରାଙ୍କୁ କେବେ ମଧ୍ୟ ସିନେପ୍ରେମୀ ଭୁଲିପାରିବେ ନାହିଁ । ଅଭିନୟ ଜଗତରୁ ବିଦାୟ ନେଇଥିଲେ ମଧ୍ୟ ସୋସିଆଲ୍ ମିଡିଆ ମାଧ୍ୟମରେ ତାଙ୍କର ଖବର ପ୍ରଶଂସକଙ୍କ ପାଖରେ ପହଞ୍ଚିପାରୁଛି । ଏହି ଧାରାରେ ଏବେ ଏକ ଖବର ଆସିଛି ଯେ ପୂଜା ଦ୍ୱିତୀୟ ଥର ପାଇଁ ହାତକୁ ଦି ହାତ ହୋଇଛନ୍ତି । ଅଭିନେତା ନବାବ୍ ସାହଙ୍କ ସହିତ ପୂଜାଙ୍କ ବିବାହ ହୋଇଛି । ଅନେକ ଦିନ ପୂର୍ବରୁ ଏହି ବିବାହ ସରିଯାଇଛି ଏବଂ ଆଗାମୀ ଦିନରେ ସେମାନେ ବାହାଘରକୁ ରେଜିଷ୍ଟର୍ କରାଇବେ ବୋଲି ଚର୍ଚ୍ଚା ହେଉଛି । ପୂଜା ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କିଛି ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ତାଙ୍କ ହାତରେ ଲାଲ୍ ଚୁଡ଼ା ଦେଖିବାକୁ ମିଳିଛି ।
କହିରଖୁଛୁ ୨୦୦୨ରେ ପୂଜା ଡ. ସୋନୁ ଏସ୍ ଆଲୁବାଲିଆଙ୍କ (ଏନଆରଆଇ) ସହିତ ବିବାହ କରି ଲସ୍ ଆଞ୍ଜେଲସରେ ସେଟଲ୍ ହୋଇଥିଲେ । ବିବାହର ୯ ବର୍ଷ ପରେ ଏହି କପୁଲଙ୍କ ଡିଭୋର୍ସ ହୋଇଥିଲା । ପୂଜାଙ୍କ ପୂର୍ବରୁ ଅଭିନେତା ନବାବ୍ ମଧ୍ୟ ଟିଭି ଅଭିନେତ୍ରୀ କବିତା କୌସିକଙ୍କ ସହିତ ରିଲେସନରେ ଥିଲେ ଏବଂ ୨୦୧୬ରେ ଏହି ଯୋଡ଼ିଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା ।