ସମ୍ ଅଲ୍ଟିମେଟ୍‌ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ର ଶିଶୁ ରୋଗ ବିଭାଗରେ ସିନିୟର କନ୍‌ସଲ୍‌ଟାଣ୍ଟ ଭାବେ ଯୋଗ ଦେଇଛନ୍ତି। ଭିଏସ୍‌ଏସ୍ ମେଡିକାଲ କଲେଜ ବୁର୍ଲାର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ଉପରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି। ଏଥିସହିତ ସେ ନୂଆଦିଲ୍ଲୀସ୍ଥିତ ଏଏମ୍‌ସ୍ ଏବଂ ଲେଡି ହାର୍ଡିଙ୍ଗ୍ ମେଡିକାଲ୍ କଲେଜରେ ସିନିୟର ରେସିଡେନ୍‌ଟ ଭାବେ କାର୍ଯ୍ୟ କରିଛନ୍ତି।

ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ ତାଙ୍କର ସୁଖ୍ୟାତି ରହିଛି। ଡଃ ଦେ ପେଡିଆଟ୍ରିକ୍ ଇଂଟେନ୍‌ସିଭ୍ କେୟାର, ପେଡିଆଟ୍ରିକ୍ ହେମାଟୋଲୋଜି, ପେଡିଆଟ୍ରିକ୍ ନେଫ୍ରୋଲୋଜି, ଆଡୋଲେସେଂଟ ହେଲ୍‌ଥ କେୟାର, ନିଓନାଟୋଲୋଜି ଏବଂ ସଂକ୍ରମିତ ରୋଗଗୁଡ଼ିକର ଚିକିତ୍ସା କରିବା ଦିଗରେ ସଫଳତା ହାସଲ କରିଛନ୍ତି । ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଥିବା ଡଃ ଦେ ଅନେକ ଖ୍ୟାତନାମା କର୍ପୋରେଟ୍ ହସ୍ପିଟାଲ୍‌ଗୁଡ଼ିକରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଡଃ ଦେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଆଶୁରୋଗ ବିଭାଗ (ଓପିଡି) ରେ ରୋଗୀମାନଙ୍କର ଚିକିତ୍ସା କରିବେ । ତାଙ୍କ ସହ ୬୩୭୨୯୦୦୦୧୦ ଫୋନ୍ ନମ୍ବରରେ ଯୋଗାଯୋଗ କରାଯାଇପାରିବ।

Leave a Reply

Your email address will not be published. Required fields are marked *