ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ କୁମାର ନାୟକ
କଟକ,(ଓଡିଶା ଟାଇମ୍) : ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି । ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ସଞ୍ଜୟ ନାୟକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ।
ବର୍ତ୍ତମାନ ପ୍ରଫେସର ସଞ୍ଜୟ କୁମାର ନାୟକ ଚେନ୍ନାଇ ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (CIPET)ର ଚିଫ୍ ଏକାଡେମିକ୍ ଅଫିସର ଅଛନ୍ତି । ତାଙ୍କର ୩୪ ବର୍ଷରୁ ଅଧିକ ଶିକ୍ଷାଦାନର ଅଭିଜ୍ଞତା ରହିଛି । ସେ ୩୫ଟି ବହି ଲେଖିସାରିଛନ୍ତି । ସେ ଡିଏସସି ଏବଂ ୪୦ ଜଣ ପିଏଚଡି ସ୍କଲାରଙ୍କୁ ଗାଇଡ୍ କରିଛନ୍ତି ।