ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ କହୁଥିବା ପ୍ରିୟଙ୍କା ଗାନ୍ଧି ଏବେ ନିଜର ଚିନ୍ତାଧାରା ବଦଳାଇଛନ୍ତି। ପ୍ରିୟଙ୍କା ଗାନ୍ଧି କହିଛନ୍ତି, ଦଳ କହିଲେ ମୁଁ ନିଶ୍ଚିତ ନିର୍ବାଚନ ମଇଦାନକୁ ଓହ୍ଲାଇ ଲଢ଼େଇ କରିବି। ପ୍ରିୟଙ୍କାଙ୍କ ଏଭଳି ବୟାନ ପରେ ରାଜନୀତିକ ଚର୍ଚ୍ଚା ଜୋର ଧରିଛି।

କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଗାନ୍ଧିଙ୍କ ନିର୍ବାଚନ ମଣ୍ଡଳୀ ଆମେଥିରେ ପ୍ରଚାର କରୁଥିବା ପ୍ରିୟଙ୍କା କହିଛନ୍ତି,  ମୁଁ ନିର୍ବାଚନ ଲଢ଼ିବି କି ନାହିଁ, ସେ କଥା ଏଯାଏ ସ୍ଥିର କରିନାହିଁ। ଯଦି ମୋତେ ଦଳ ନିର୍ବାଚନ ଲଢ଼ିବାକୁ କହିବ, ତା’ହେଲେ ମୁଁ ନିଶ୍ଚିତ ନିର୍ବାଚନ ମଇଦାନକୁ ଓହ୍ଲାଇବି। ମୋର ଗୋଟିଏ ଇଚ୍ଛା ଦଳ ପାଇଁ କାମ କରିବା ବୋଲି କହିଛନ୍ତି।

ପୂର୍ବରୁ ପ୍ରିୟଙ୍କା ମା’ ସୋନିଆ ଗାନ୍ଧିଙ୍କ ରାଏବରେଲୀ ଆସନରୁ ପ୍ରାର୍ଥୀ ନାହିଁ ହେବେ ବୋଲି କୁହାଯାଉଥିଲା। କିନ୍ତୁ ୨୦୧୪ ପରି ସୋନିଆ ଏଥର ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଏବେ ପ୍ରିୟଙ୍କା କେଉଁ ଆସନରୁ ନିର୍ବାଚନ ଲଢ଼ିବେ, ତା’କୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି।

ଆଜି ପ୍ରିୟଙ୍କା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଯୋଗୀ ପୂର୍ବରୁ ପ୍ରିୟଙ୍କା ମନ୍ଦିର ଗସ୍ତ ନେଇ ତାଚ୍ଛଲ୍ୟ କରିଥିବାରୁ ପ୍ରିୟଙ୍କା ଆଜି ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ମୁଁ କୁଆଡ଼େ ଯାଉଛି ଓ କ’ଣ କରୁଛି, ସେ ସବୁ ଖବର ଯୋଗୀ ଆଦିତ୍ୟନାଥଙ୍କ ପାଖରେ କେମିତି ରହୁଛି? ମୁଁ ନିର୍ବାଚନ ନଥିଲେ ମନ୍ଦିର ଯାଏ ନାହିଁ ବୋଲି ସେ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଧର୍ମେନ୍ଦ୍ରଙ୍କ ମନୋମୁଖୀ କାରବାରକୁ ନେଇ ସଂଘ ଦୁଇ ଫାଳ

ସି-ଭୋଟର ସର୍ଭେ: ଲୋକସଭାରେ ବିଜେଡିକୁ ମିଳିବ ୧୦ଓ ବିଜେପିକୁ ୧୧ ଆସନ

ଭୁବନେଶ୍ଵରରୁ ଅରୁପ ହେବେ ବିଜେଡି ପ୍ରାର୍ଥୀ, ୯ ପ୍ରାର୍ଥୀଙ୍କ ନାଁ ଘୋଷଣା

୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

Leave a Reply

Your email address will not be published. Required fields are marked *