ପିସିଙ୍କ ବାର୍ଥ ଡେ’ ପାଇଁ ପୂର୍ବ ପ୍ରସ୍ତୁତି କରୁଛନ୍ତି ମଧୁ ଚୋପ୍ରା
ଗ୍ଲୋବାଲ୍ ତାରକା ପିସିଙ୍କ ଜନ୍ମଦିନ ଆସନ୍ତା ୧୮ ତାରିଖରେ ହେବ । କିନ୍ତୁ ଏକ ସପ୍ତାହ ପୂର୍ବରୁ ପିସିଙ୍କ ମା’ ମଧୁ ଚୋପ୍ରା ଏହାର ପୂର୍ବପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ପିସିଙ୍କ ଜନ୍ମଦିନ ଏଥର ଖୁବ୍ ଧୁମଧାମରେ ପାଳିନ କରାଯିବ । କାରଣ ନିକଙ୍କ ସହିତ ବିବାହ ପରେ ପିସିଙ୍କର ଏହା ପ୍ରଥମ ଜନ୍ମଦିନ । ଏହାର ପୂର୍ବ ପ୍ରସ୍ତୁତି ଭାବେ ମଧୁ ଇନଷ୍ଟାଗ୍ରମାମରେ ପିସିଙ୍କର ଛୋଟବେଳର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପିସି ମଧୁଙ୍କ କୋଳରେ ବସି ଏକ କ୍ୟୁଟ୍ ସ୍ମାଇଲ୍ ଦେଉଥିବାର ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ସୋସିଆଲ୍ ମିଡିଆକୁ ଆସିଥିବା ପିସିଙ୍କର ଏହି ଫଟୋ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ହେଉଛି ।
ଆଜିକାଲି ପିସି ଓ ନିକ୍ ବିଦେଶରେ ଛୁଟି ସେଲିବ୍ରେଟ୍ କରୁଛନ୍ତି । ସୁଇମିଙ୍ଗ୍ ପୁଲରେ ପିସିଙ୍କର ରିଲାକ୍ସ ଫଟୋ ପୋଜ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସେହିସବୁ ଫଟୋ ପାଇଁ ପିସି ନିକଙ୍କୁ ସବୁ ଶ୍ରେୟ ଦେଇଛନ୍ତି । ସୋନାଲି ବୋଷଙ୍କ ନିର୍ଦ୍ଦେଶିତ ଅପକମିଙ୍ଗ୍ ‘ସ୍କାଇ ଇଜ୍ ପିଙ୍କ୍’ରେ ପିସି ନଜର ଆସିବେ । ଏଥିରେ ଫରହାନ୍ ଅଖତର୍ ଓ ଜାୟରା ବସିମ୍ ମଧ୍ୟ ସ୍କ୍ରିନ୍ ସେୟାର୍ କରିବେ ।