ପୋଲିସ ପଦକ ଘୋଷଣା : ଓଡିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୧ ଜଣଙ୍କୁ ପୋଲିସ ସେବା ପଦକ

ଭୁବନେଶ୍ବର, (ଓଡିଶା ଟାଇମ୍) :ସାଧାରଣତନ୍ତ୍ର ଦିବସରେ ଓଡିଶାର ଦୁଇ ପୋଲିସ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ । ବିଶିଷ୍ଟ ସେବା ପାଇଁ ଦୁଇ ପୋଲିସ କର୍ମଚାରୀଙ୍କୁ ମିଳିବ ଏହି ପଦକ । ଅନ୍ୟପଟେ ୧୧ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ପୋଲିସ ସେବା ପଦକ ପ୍ରଦାନ କରାଯିବ । ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ରାଧାକ୍ରିଷ୍ଣନ୍ ଶର୍ମା ଓ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଡେପୁଟି ସୁବେଦାର ବୁଧିବାହାଦୂର ଥାପ୍ପାଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ ।

ସେହିପରି ପୋଲିସ (ଆଇନ ଶୃଙ୍ଖଳା) ଆଇଜି ଏସ୍ ପ୍ରବୀଣ କୁମାର, ରାଉରକେଲା ଅତିରିକ୍ତ ଏସପି ରବୀନ୍ଦ୍ର କୁମାର ଦାସ, ଏଏସ୍‌ପି ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଭୁବନେଶ୍ବର ଏସିପି ପ୍ରକାଶ ଚନ୍ଦ୍ର ପାଲ, ଏଏସଆଇ ମନୋରଞ୍ଜନ ଶତପଥୀ, ହାବିଲଦାର ସରୋଜ କୁମାର ଭୋଇ, ଡ୍ରାଇଭର ଶେଖ୍‌ ନାସିରୁଦ୍ଦିନ୍‌, କନେଷ୍ଟବଳ ଗୌତମ ପାତ୍ର, ସୁବେଦାର ହେମନ୍ତ ବାହାଦୁର ଛେତ୍ରୀ, ଡେପୁଟୀ କମାଣ୍ଡାଣ୍ଟ ବୁଦ୍ଦା ତମାଙ୍ଗଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ରପତି ପୋଲିସ ସେବା ପଦକ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *