ପୋଲିସ-ମାଓବାଦୀ ଗୁଳିବିନିମୟ, ଯବାନ ଗୁଳିରେ ମହିଳା ମାଓବାଦୀ ନିହତ
ମାଲକାନଗିରି, (ଓଡିଶା ଟାଇମ୍): ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ । ପୋଲିସ ଗୁଳିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା । ସେପଟେ ମାଓବାଦୀଙ୍କ ଗୁଳିରେ ଜଣେ ଏସ୍ ଓଜି ଯବାନ ଆହତ ହୋଇଥିବା ସୂଚନା ରହିଛି ।
ଆହତ ଯବାନଙ୍କୁ ବାୟୁସେନା ହେଲକପ୍ଟର ଯୋଗେ ବିଶାଖାପାଟନମ୍ ସ୍ଥାନାନ୍ତର ପାଇଁ ଚାଲିଛି ଯୋଜନା । ଘଟଣାସ୍ଥଳରେ ଏବେବି ଗୁଳିବିନିମୟ ଜାରି ରହିଛି । ବିଏସ୍ ଏଫ୍ ଯବାନଙ୍କ ସହ ଡିଭିଏଫ୍ ବାହିନୀକୁ ନେଇ ଏନକାଉଣ୍ଟର ସ୍ଥଳକୁ ଯାଇଛନ୍ତି ମାଲକାନଗିରି ଏସ୍ପି ପ୍ରହଲାଦ ମୀନା । ଏବେ ମଧ୍ୟ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।