ମାଲକାନଗିରିରେ ପୋଲିସ ଡିଜି
ମାଲକାନଗିରି, (ଓଡିଶା ଟାଇମ୍): ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ଡିଜିପିଙ୍କ ସହିତ ଆଇଜି ଅପରେସନ ଅମିତାଭ ଠାକୁର ଓ ଗୁଇନ୍ଦା ନିର୍ଦ୍ଦେଶକ ଅନିରୁଦ୍ଧ ସିଂ ଥିଲେ ସାମିଲ । ଜିଲ୍ଲାରେ ନକ୍ସଲ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଅପରେସନରେ ସାମିଲ ଥିବା ଥିବା ପୋଲିସ ଏବଂ ଯବାନଙ୍କୁ ଶୁଭେଛା ଜଣାଇଲେ ଡିଜିପି ।
ସମୀକ୍ଷା ପରେ ଡିଜିପି ପ୍ରେମମିଟ୍ କରି କହିଛନ୍ତି ଯେ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ଉପରେ ଗତକାଲି ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ମାଓବାଦୀ ରହିଛନ୍ତି । ଟପ୍ ମାଓନେତା ତଥା ମାଓ ସଂଗଠନର ସମ୍ପାଦକ ଅନିଲ ଓରଫ କିଶୋର ଓରଫ ମୁକା ସୋଡି ଏହି ଘଟଣାରେ ପ୍ରାଣ ହରାଇଛନ୍ତି । ଯାହାର ମୁଣ୍ଡ ଉପରେ ଓଡିଶା ସରକାର ପୁର୍ବରୁ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ଅନ୍ୟ ଜଣେ ମହିଳା ମାଓବାଦୀ ହେଉଛନ୍ତି ଏସିଏମ ସୋନି ତାଙ୍କ ମୁଣ୍ଡ ଉପରେ୪ ଲକ୍ଷ ଟଙ୍କାର ପୁରଷ୍କାର ରହିଛି ।
ସେହିପରି ପାର୍ଟି ମେମ୍ବର ଚିନ୍ନା ରାଓ ମୁଣ୍ଡ ଉପରେ ଲକ୍ଷେ ଟଙ୍କାର ପୁରଷ୍କାର ରହିଥିଲା । ଘଟଣା ସ୍ଥଳରୁ ଗୋଟିଏ SLR ରାଇଫଲ ଗୋଟିଏ INSAS ରାଇଫଲ , ୬ଟି ମାଗାଜିନ, ୫୯ ରାଉଣ୍ଡ ଗୁଳି , କିଛି ଅଫୁଟା ଡିଟୋନିଟର, ୱାକି ଟକି , ନକ୍ସଲ କିଟ୍ ବ୍ୟାଗ , ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ଜବତ ହୋଇଛି ।