ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ମୋଦି କହିଛନ୍ତି ଯେ ଭାରତ ସରକାର ଏବେ ଶ୍ରମିକ ଆଇନ, କୃଷକ ଆଇନ ଏବଂ ମାନ୍ୟୁଫେକ୍ଟରିଂ ସେକ୍ଟରରେ ଯେଉଁଭଳି ଭାବେ ପରିବର୍ତ୍ତନ କରିଛନ୍ତି ତାଦ୍ବାରା ଆଗାମୀ ଦିନରେ ଭାରତର ଅର୍ଥବ୍ୟବସ୍ଥାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।

ଏହି ସମୟରେ କରୋନା ଭ୍ୟାକ୍ସିନକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ଚାଲିଛି । ମୋଦି ଦେଶବାସୀଙ୍କୁ କହିଛନ୍ତି ଯେ, ଦେଶର ପ୍ରତ୍ୟେକଙ୍କ ପାଇଁ କରୋନା ଭ୍ୟାକ୍ସିନ ଉପଲବ୍ଧ ହେବ । କାହାକୁ ବି ଛଡା ଯିବାନାହିଁ ।

ଖବରକାଗଜ ଇକୋନୋମିକ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କରୋନା ମହାମାରୀ ଭିତରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ଉପରେ ଦେଶର ସମସ୍ତରଙ୍କ ନଜର ରହିଛି । ସାରା ବିଶ୍ବର ଦେଶ ଏବେ ଭାରତୀୟ ବଜାର ଉପରେ ଭରଷା କରିବାକୁ ଲାଗିଲାଣି । ନିବେଶ ପାଇଁ ସବୁଠୁ ଉତ୍କୃଷ୍ଟ ଦେଶ ଭାବେ ଭାରତ ଅଗ୍ରଗତି କରୁଛି ।

Leave a Reply

Your email address will not be published. Required fields are marked *