ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଶନିବାର ପୁଣି ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍ ବୃଦ୍ଧି ପାଇଛି । ଶନିବାର ପେଟ୍ରୋଲ ୨୪ରୁ ୨୫ ପଇସା ବୃଦ୍ଧି ପାଉଥିବା ବେଳେ ଡିଜେଲ ୧୫ରୁ ୧୬ ପଇସା ବଢିଛି । ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର ସମସ୍ତ ସହରରେ ପେଟ୍ରୋଲ ଓ ଡିଜେଲ ସର୍ବାଧିକ ସ୍ତରରେ ପହଁଚିଛି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୯୧.୧୭ ଟଙ୍କାରେ ପହଁଚିଥିବା ବେଳେ ଡିଜେଲର ଦାମ୍ ୮୧ ଟଙ୍କା ୪୭ ଟଙ୍କା ରହିଛି ।

ମୁମ୍ବାଇରେ ପେଟ୍ରୋଲ ଦାମ୍ ୯୭.୫୭ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ରହିଛି ରହିଛି ୮୮.୬୦ ଟଙ୍କା । ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲର ଦାମରେ ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରେ ନୂଆ ଦର ଲାଗୁ ହୋଇଥାଏ । ଦାମରେ ଏକ୍ସସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟ ଟିକସ ପରେ ଦାମ୍ ଦ୍ୱିଗୁଣ ହୋଇଯାଏ ।

କୋଲକାତାରେ ପେଟ୍ରୋଲ ଦର ୯୧.୩୫ ଟଙ୍କା ଥିବା ବେଳେ ଡିଜେଲର ଦାମ୍ ରହିଛି ୮୪ ଟଙ୍କା ୩୫ ପଇସା । ଏହାସହ ଚେନ୍ନାଇରେ ପେଟ୍ରୋଲ ଦର ୯୩.୧୧ ଟଙ୍କା ଥିବା ବେଳେ ଡିଜେଲର ଦାମ୍ ରହିଛି ୮୬ ଟଙ୍କା ୪୫ ପଇସା, ଚଣ୍ଡିଗଡରେ ପେଟ୍ରୋଲ ୮୭ ଟଙ୍କା ୭୩ ପଇସା ଥିବା ବେଳେ ଡିଜେଲ ୮୯.୭୬ ଟଙ୍କା, ଲକ୍ଷ୍ନୌରେ ପେଟ୍ରୋଲ ୮୯ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲ ରହିଛି ୮୧ ଟଙ୍କା ୮୫ ପଇସା ।

Leave a Reply

Your email address will not be published. Required fields are marked *