ସରିଲା ପ୍ରାକ୍ଟିସ୍, ୪ ଦୋଷୀକୁ ୩ରେ ଫାଶୀ!

ନୂଆଦିଲ୍ଲୀ (ଓଟି): ମୃତ୍ୟୁ ଦଣ୍ଡରୁ ବର୍ତ୍ତିବାକୁ ଶେଷ ଘୋଷିତ ଫାଶୀଦଣ୍ଡର ଦିନକ ପର୍ଯ୍ୟନ୍ତ ଦୋଷୀମାନେ ଆଇନଗତ ଦିଗ ଉପଯୋଗ କରିବାକୁ ପଛାଇନାହାନ୍ତି। ତେବେ ସେପଟେ ଫାଶୀ ଦେବାକୁ ପ୍ରସ୍ତୁତ ହୋଇଛି ଜହ୍ଲାଦ। ଚଳାଇଛି ଅଭ୍ୟାସ। ଦେଇସାରିଛି ଡମି ଫାଶୀ। ଅର୍ଥାତ୍‌ ନିର୍ଭୟା ଦୋଷୀଙ୍କୁ ମାନସିକ ଭାବେ ଥରେ ଫାଶୀଖୁଣ୍ଟରେ ଝୁଲାଇ ସାରିଛି ଜହ୍ଲାଦ।

ସୂଚନା ଅନୁସାରେ ପଟିଆଲା ହାଉସ କୋର୍ଟଙ୍କ ଡେଥ ୱାରେଣ୍ଟ ଅନୁଯାୟୀ, ମଙ୍ଗଳବାର ସକାଳ ୬ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ଏନେଇ ଜହ୍ଲାଦ ଫାଶୀ ଘର ଯାଞ୍ଚ କରିବା ସହ ଡମି ଫାଶୀ ଦେଇ ଅଭ୍ୟାସ କରିସାରିଛନ୍ତି। ଶନିବାର ସନ୍ଧ୍ୟାରେ ହିଁ ଜହ୍ଲାଦ ତିହାର ଜେଲରେ ପହଞ୍ଚିଥିବାବେଳେ ତାଙ୍କୁ ଆଜି ଜେଲ ନଂ ୩କୁ ନିଆଯାଇଥିଲା। ସେତେବେଳେ ସମସ୍ତ ବାରାକର ମୁଖ୍ୟ ଗେଟ୍‌କୁ ବନ୍ଦ କରିଦିଆଯାଇଥିଲା। ଫାଶୀ ଘରକୁ ଲମ୍ବିଥିବା ରାସ୍ତାକୁ ମଧ୍ୟ ଖାଲି କରାଯାଇଥିଲା। ସର୍ବୋପରି ଜହ୍ଲାଦ ଦୋଷୀଙ୍କ ଡମିକୁ ଫାଶୀରେ ଝୁଲାଇ ନିଜକୁ ଅସଲ କାର୍ଯ୍ୟ ପାଇଁ ପ୍ରସ୍ତୁତି କରିବାବେଳେ ତିହାର ଜେଲ କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *