ଥରେ ସଂକ୍ରମିତ ହେବା ପରେ ପୁଣି ସଂକ୍ରମିତ ହେଲେ ଅଧିକ ଗୁରୁତର ହେଉଛନ୍ତି ରୋଗୀ : ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ଵର, (ଓଡିଶା ଟାଇମ୍): ତୃତୀୟ ଲହର ପାଇଁ ଆମ ରାଜ୍ୟ ସରକାର ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ କରିବା ଦରକାର । ଥରେ ସଂକ୍ରମିତ ହେବା ପରେ ପୁଣି ସଂକ୍ରମିତ ହେଲେ ରୋଗୀ ଅଧିକ ଗୁରୁତର ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି । ତୃତୀୟ ଲହର ପାଇଁ ଆମ ରାଜ୍ୟ ସରକାର ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ କରିବା ଦରକାର । ଜେନମ୍ ସିକ୍ୟୁଏନ୍ସିକୁ ବଢାଇବାକୁ ପଡ଼ିବ । ଏହାଦ୍ବାରା ଆମେ ନୂଆ ଷ୍ଟ୍ରେନ୍ ଉପରେ ନଜର ରଖି ପାରିବା । ମହାରାଷ୍ଟ୍ର ପରି ଓଡ଼ିଶାକୁ ବି ଏହାକୁ କରିବାକୁ ପଡିବ । ୪-ଟି ସମେତ କୋଭିଡ୍ କଟକଣାକୁ କଡାକଡି କରିବାକୁ ପଡ଼ିବ ।

ନଭେମ୍ବର ମାସ ପର୍ଯ୍ୟନ୍ତ ଆମକୁ କୋଭିଡ୍ କଟକଣା ରଖିବାକୁ ପଡ଼ିବ । ବର୍ଷ ଶେଷ ପର୍ଯ୍ୟନ୍ତ ସମସ୍ତେ କୋଭିଡ୍ ନିୟମକୁ ମାନିବାକୁ ପଡ଼ିବ । କାରଣ ଅନେକ ଦେଶରେ ତୃତୀୟ ଲହର ଆସି ଗଲାଣି ।  ଆମେ ଯଦି ସତର୍କ ନ ରହିବା ତେବେ ତୃତୀୟ ଲହର ଶୀଘ୍ର ଆସିଯିବ । ଅକ୍ଟୋବର ଶେଷ ଆଡ଼କୁ ଆମ ରାଜ୍ୟରେ ତୃତୀୟ ଲହର ଆସିବାର ବହୁ ସମ୍ଭାବନା ରହିଛି ।

ଯେଉଁ ଜାଗାରେ ସଂକ୍ରମଣ ଅଧିକ ରହିବ ସେଠି ନୂଆ  ମ୍ୟୁଟାଣ୍ଟ ସୃଷ୍ଟି ହେବାର ସମ୍ଭାବନା ଅଧିକ ।  ଯେହେତୁ ଆମର କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି ତେଣୁ ଏଠି ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ତେଣୁ ଆମର ସଂକ୍ରମଣ ହାର କମାଇବାକୁ ପଡ଼ିବ । ସେ ଦୃଷ୍ଟିରୁ ଆମକୁ କୋଭିଡ୍ ନିୟମ ମାନିବାକୁ ପଡ଼ିବ । ସରକାର ତ ଯାହା ପଦକ୍ଷେପ ନେଉଛନ୍ତି କିନ୍ତୁ ଆମେ କଟକଣାକୁ କଡାକଡି ଭାବେ ଅନୁପାଳନ କରିବା ଦରକାର । ଟିକା ନେବା ପରେ ବି ସଂକ୍ରମଣ ହେଉଛି । ତେଣୁ ଲୋକମାନେ କଟକଣା ମାନନ୍ତୁ । ଡବଲ ଡୋଜ୍ ନେବା ପରେ ୯୫ ପ୍ରତିଶତ ମୃତ୍ୟୁ ଆଶଙ୍କା କମିଯିବ । ମାତ୍ର ୫ ପ୍ରତିଶତ ପାଇଁ ବି ଆମକୁ ସତର୍କ ରହିବାକୁ ପଡିବ ।

Leave a Reply

Your email address will not be published. Required fields are marked *