ଆଜି ଜମ୍ମୁ କାଶ୍ମୀର ଯିବେ ବିଦେଶୀ କୂଟନୀତିଜ୍ଞ, ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟର ପୁନର୍ଗଠନ ପରେ ଚତୁର୍ଥ ଥର ପାଇଁ ଘାଟିକୁ ଯିବେ ପ୍ରତିନିଧି ଦଳ

ଶ୍ରୀନଗର, (ଓଡିଶା ଟାଇମ୍) :ଆଜି ଜମ୍ମୁ କାଶ୍ମୀର ଯିବେ ବିଦେଶୀ କୂଟନୀତିଜ୍ଞ। ୨୦ ଜଣିଆ କୂଟନୀତିଜ୍ଞ ଦଳ ଜମ୍ମୁ କାଶ୍ମୀର ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିବେ। ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟର ପୁନର୍ଗଠନ ପରେ ଚତୁର୍ଥ ଥର ପାଇଁ କାଶ୍ମୀର ଘାଟିକୁ ଯିବେ।  ପ୍ରତିନିଧି ଦଳ ଆଜି ଗୁଲମାର୍ଗରେ ପହଞ୍ଚିବେ। ଗୁରୁବାର ସେମାନେ ଉତ୍ତର କାଶ୍ମୀରର ବାରମୂଳା ଗସ୍ତ କରିବେ।

କୁଟନୀତିଜ୍ଞ ଦଳରେ ଆଫ୍ରିକା,ମଧ୍ୟପ୍ରାଚ୍ୟ ଓ ୟୁରେପୀୟ ରାଷ୍ଟ୍ରର ପ୍ରତିନିଧି ରହିଛନ୍ତି। ନିକଟରେ ଜମ୍ମୁ କାଶ୍ମୀରରେ 4-G ଇଣ୍ଟରନେଟ ସୁବିଧା ଉପଲବ୍ଧ କରାଯାଇଛି। କାଶ୍ମୀରକୁ ସୋକେଶ କରିବାକୁ ଭାରତ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଏପଟେ କାଶ୍ମୀର ଘାଟିକୁ ବିଦେଶୀ କୂଟନୀତିଜ୍ଞ ଦଳ ଗସ୍ତକୁ ନେଇ ବିଚଳିତ ହୋଇଛି ପାକିସ୍ତାନ। କାଶ୍ମୀର ପ୍ରସଙ୍ଗରେ ବିଶ୍ବକୁ ଭୂଆଁ ବୁଲାଇବାକୁ ଭାରତ ଚେଷ୍ଟା କରୁଛି ବୋଲି ପାକିସ୍ତାନ କହିଛି । ବିଦେଶୀ କୂଟନୀତିଜ୍ଞ ଦଳର କାଶ୍ମୀର ଗସ୍ତକୁ ପ୍ରାୟୋଜିତ ବୋଲି ପାକିସ୍ତାନ ବୈଦେଶିକ ବିଭାଗ ଜାରି ବିବୃତିରେ କହିଛି।

Leave a Reply

Your email address will not be published. Required fields are marked *