ଢେଙ୍କାନାଳ ଫରେଷ୍ଟ କଲୋନୀରେ ବିସ୍ଫୋରଣ ; ଜଣେ ଗୁରୁତର
ଢେଙ୍କାନାଳ, (ଓଡିଶା ଟାଇମ୍) : ଢେଙ୍କାନାଳ ଫରେଷ୍ଟ କଲୋନୀରେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ ଘଟିଛି। ହାତୀ ଘଉଡାଇବା ପାଇଁ ରଖାଯାଇଥିବା ବାଣ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଉକ୍ତ ବିସ୍ଫୋରଣରେ ହାତୀ ଘଉଡେଇବା ସ୍କ୍ୱାର୍ଡରେ କାର୍ଯ୍ୟରତ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ସୁଜିତ ସାମଲ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ ସେ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଏହିପରି ଘଟଣା ଘଟିଛି । ବୋମା ବିସ୍ଫୋରଣରେ ଅଫିସର ଛାତ ମଧ୍ୟ ଉଡ଼ିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏହାସହ ଟାଉନ ଥାନା ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି କିପରି ବୋମା ବିସ୍ଫୋରଣ ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛନ୍ତି ।