ସୀମାନ୍ତ ଜଙ୍ଗଲରେ ଏନ୍‌କାଉଣ୍ଟର, ଜଣେ ମାଓବାଦୀ ନିହତ

ମାଲାକନଗିରି, (ଓଡିଶା ଟାଇମ୍): ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ଜଣେ ଦୁର୍ଦାନ୍ତ ମାଓବାଦୀ ନିହତ । ପୋଲିସ ଗୁଳିରେ ନିହତ  ଇନ୍ଦ୍ରାବତୀ ମାଓ ସଂଗଠନର ମାଓବାଦୀ ରାମସୁ  ବୋଲି ଜଣାପଡିଛି । ଖବର ଅନୁଯାୟୀ, ଛିନ୍ଦନାର ଓ ପହୁରନାର ଜଙ୍ଗଲ ଭିତରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ନେଇ ଦନ୍ତେୱାଡା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାକୁ ଆଧାର କରି ଶୁକ୍ରବାର ସେଠାରେ ଡିଆରଜି ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ରାତିରେ ଉଭୟ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏହାପରେ ନକ୍ସଲ ମାନେ ଘଟଣାସ୍ଥଳରୁ ପଳାୟନ କରିଥିବା ଜଣାପଡିଛି । ଏନ୍‌କାଉଣ୍ଟର ପରେ ଯବାନ ମାନେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରି ଜଣେ ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି । ଏହାସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଦାନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲଭ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *