ଦିଲ୍ଲୀର ପୋଷାକ କଳକାରଖାନାରେ ଅଗ୍ନିକାଣ୍ଡ ; ଜଣେ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶର ରାଜଧାନୀ ଦିଲ୍ଲୀରେ ଶନିବାର ସକାଳ ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଦିଲ୍ଲୀର ପ୍ରତାପ ନଗର ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୀଷଣ ଲାଗିଛି । ନିଆଁ ଏତେ ଜୋର୍‌ରେ ବ୍ୟାପିଥିଲା ଯେ, ପାଖପାଖ ଅଞ୍ଚଳରେ ଏହାକୁ ନେଇ ଭାୟର ବାତାବରଣ ଦେଖାଯାଇଥିଲା ।

ସୂଚନା ପାଇବା ପରେ ଦମକଳ ବାହିନୀର ୨୮ଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା । ମିଳିଥିବା ସୂଚନା ଅନୁସାରେ ନିଆଁ ଲାଗିଥିବା ସ୍ଥାନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଫାୟାର୍‌ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ୍‌ର ଅଧିକାରୀ ପହଞ୍ଚିଥିବା ଜଣାପଡ଼ିଛି ।

ଦିଲ୍ଲୀ ଫାୟାର ବିଭାଗ ଅଧିକାରୀ ରାଜେନ୍ଦ୍ର ଅଟୱାଲ୍‌ ଘଟଣା ବାବଦରେ କହିଛନ୍ତି ଯେ, ପ୍ରତ୍ୟେକ୍ଷଦର୍ଶୀ ଶନିବାର ସକାଳେ ଫ୍ୟାକ୍ଟ୍ରିର ଏକ ସିଲିଣ୍ଡର ଫାଟିଯାଇଥିବା ଶବ୍ଦ ଶୁଣିଥିଲେ । ଏହାପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିବା ସେମାନେ ଦେଖିଥିଲେ ।

Leave a Reply

Your email address will not be published. Required fields are marked *