ଆଲବମ୍ କୁଇନ୍ ଦୀପା ସାହୁଙ୍କ ଅବସ୍ଥା ଗୁରୁତର, ମେଡିକାଲରେ ଭର୍ତ୍ତି
ଭୁବନେଶ୍ବର , (ଓଡିଶା ଟାଇମ୍) : ଓଡିଆ ଆଲବମ୍ କୁଇନ ତଥା ଅଭିନେତ୍ରୀ ଦୀପା ସାହୁ କ୍ୟାନସରରେ ପୀଡ଼ିତ ଅଛନ୍ତି । ଆଜି ଦୀପାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଅଭିନେତ୍ରୀ ଦୀପା ସାହୁ ବର୍ଷେ ଧରି ଜରାୟୁ କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା । ଆଜି ଅଧିକ ଗୁରୁତର ହୋଇପଡିବାରୁ ଦୀପାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବିଜେପି ନେତା ଏବଂ ଅଭିନେତା ଅଖିଳ ପଟ୍ଟନାୟକ ଏବଂ ସାମାଜିକ କର୍ମୀ ପ୍ରଶାନ୍ତ ନାୟକଙ୍କ ସହାୟତାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେ କେତେକ ସମ୍ବଲପୁରୀ ଆଲବମରେ କାମ କରିଥିଲେ। ସେ କେତେକ ହିଟ୍ ଓଡ଼ିଆ ଆଲବମ୍ ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ’,‘ହାୟ ହାୟ ତୋ ମଲ୍ଲୀଫୁଲ ଗଜରା’,‘ଏକଡା ଏକଡ଼ା ରା’ ରେ ଅଭିନୟ କରିଥିଲେ। ସେ ଓଡ଼ିଆ ଫିଲ୍ମ ‘ନାରୀ ଆଖିରେ ନିଆଁ’ ରେ ଅଭିନୟ କରିଥିବାବେଳେ କେତେକ ଟେଲିଫିଲ୍ମରେ କାମ କରିଥିଲେ।