ଜେଲରେ କରୋନା ସୁରକ୍ଷା, ରିପୋର୍ଟ ମାଗିଲେ ମାନବାଧିକାର ଆୟୋଗ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି। ରାଜ୍ୟରେ ୭ ଟି ଜେଲ ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜେଲରେ ଆତଙ୍କ ସୃଷ୍ଠି ହୋଇଛି । ତେଣୁ ସେମାନଙ୍କ ସୁରକ୍ଷା ଲାଗି କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ରିପୋର୍ଟ ଦେବାକୁ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଏବଂ ଜେଲ ବିଭାଗ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର ଆୟୋଗ। ଅଗଷ୍ଟ ୨୮ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଜେଲରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ଯେଉଁ ଜେଲ କର୍ମଚାରୀମାନେ କୋଭିଡ ସଂକ୍ରମିତ ବନ୍ଦୀଙ୍କ ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ପିପିଇ କିଟ୍‍ ପ୍ରଦାନ କରାଯାଉ। ଏଥିସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସବୁ ଜେଲରେ ଥିବା ଅନ୍ତେବାସୀ ଓ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରିବା ସହ ଅନ୍ତେବାସୀଙ୍କ ସନ୍ତାନ ରହୁଥିବା ଚାଇଲଡ କେୟାର ହୋମରେ ଥିବା ସମସ୍ତଙ୍କର କୋଭିଡ ଟେଷ୍ଟ ପାଇଁ ମଧ୍ୟ ଆବେଦନରେ ଦର୍ଶାଯାଇଛି।

ମାନବାଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋ ନିଜ ଯାଚିକାରେ ଦର୍ଶାଇଛନ୍ତି ଯେ,ଜେଲରେ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକି ଜେଲରେ ଅନ୍ତେବାସୀମାନେ ଅସୁରକ୍ଷିତ ହୋଇପଡିଛନ୍ତି। ସେମାନଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ତେଣୁ ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ତୁରନ୍ତ ପିପିଇ କିଟ୍ ଆଦି ଦିଆଯାଉ ବୋଲି ନିଜର ପକ୍ଷ ରଖିଥିଲେ ।

ଏଭଳି ଏକ ପିଟିସନ ପାଇବା ପରେ ଜାତୀୟ ମାନବାଧିକାର କମିଶନ ତୁରନ୍ତ କାର‌୍ୟ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଥାଶୀଘ୍ର ଏହି ମାମଲାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ଜାତୀୟ ମାନବାଧିକାର କମିଶନ । ତେବେ ଅଗଷ୍ଟ ୨୮ ସୁଦ୍ଧା ରିପୋର୍ଟ ସମିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ।

Leave a Reply

Your email address will not be published. Required fields are marked *